ମୁମ୍ବାଇ ପୋଲିସ ଜବତ କରିଛି ୫୧୬ କିଲୋ ଏମଡି ଡ୍ରଗ୍ସ 

ମୁମ୍ବାଇ: ମୁମ୍ବାଇ ପୋଲିସକୁ ବଡ ସଫଳତା ।   ୫୧୬ କିଲୋ ଏମଡି ଡ୍ରଗ୍ସ ଜବତ କରିଛି । ଏହାର ଅର୍ନ୍ତଜାତୀୟ ବଜାରରେ ଦର ୧୦୨୬ କୋଟି । କିଛି ଦିନ ତଳେ ମୁମ୍ବାଇ ପୋଲିସର ଏଏନସି ବା ଆଣ୍ଟି ନାର୍କୋଟିକ୍ସ କଣ୍ଟ୍ରୋଲ ସେଲ ଗୁଜରାଟ ସୀମାବର୍ତ୍ତୀ ପାଲଘର ଜିଲ୍ଲାର ନାଲା ସୋପାରାରୁ ୧୪୦୩ କୋଟି ଟଙ୍କାର ବିପୂଳ ଡ୍ରଗ୍ସ ଜବତ କରିଥିଲା । ଏଏନସି ଅଗଷ୍ଟ ୩ ତାରିଖ ରାତିରେ ନାଲା ସୋପାରାର ଚକ୍ରଧର ନଗର ଅଞ୍ଚଳରୁ ସୀତାରାମ ବିଲ୍ଡିଂର ଜଣେ ବ୍ୟକ୍ତିଙ୍କୁ ୭୦୨ କିଲୋ ମେଫ୍ରେଡୋନ ସହ ଗିରଫ କରିଥିଲା ।

ତାଙ୍କ ସହିତ ଦୁଇ ଡ୍ରଗ୍ସ ପେଡଲରଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହାର ମୂଲ୍ୟ ୧୪୦୩ କୋଟି ଅନୁମାନ କରାଯାଇଥିଲା ।ପୂର୍ବରୁ ଡ୍ରଗ୍ସ ଜବତ ହେବା ପରେ ଦୁଇ ଡ୍ରଗ୍ସ ପେଡଲର ଏବଂ ଜଣେ ମହିଳାଙ୍କୁ ପଚରାଉଚରା ଜାରିରହିଛି । ଏମାନଙ୍କୁ ଏଏନସି ମାର୍ଚ୍ଚ ୨୯ରେ ଉତ୍ତର-ପୂର୍ବ ମୁମ୍ବାଇର ଗୋବଣ୍ଡିରୁ ଗିରଫ କରିଥିଲା । ଗିରଫ ତିନିଜଣଙ୍କ ନିକଟରୁ ୨୫୦ ଗ୍ରାମ ମେଫ୍ରେଡୋନ ଜବତ ହୋଇଥିଲା । ଏହାର ବଜାର ଦର ୪.୧୪ କୋଟି ଟଙ୍କା ହୋଇଥିବା ଜଣାପଡିଛି । ସୂଚନାନୁସାରେ , ଡ୍ରଗ୍ସ ବ୍ୟବସାୟର ଏହି ଲିଙ୍କ ବିଷୟରେ ସେମାନେ ସୂଚନା ପାଇଥିଲେ ।  ଅଗଷ୍ଟ ୨ରେ ଜଣଙ୍କୁ ଏବଂ ଅଗଷ୍ଟ ୩ ତାରିଖରେ ଆଉ ଜଣଙ୍କୁ ଏଏନସି ଗିରଫ କରିଥିଲା ।