ନ୍ୟୁୟର୍କ: ଆମେରିକାରେ ପୁଣି ଆଖିବୁଜା ଗୁଳିମାଡ଼ ଗଲା ୫ ଜଣଙ୍କ ଜୀବନ । ଆମେରିକାରେ ୫ ଜଣଙ୍କୁ ଗୁଳି କରି ନିର୍ମମ ହତ୍ୟା । ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍ରେ ଫାୟାରିଂ । ଗୁଳିମାଡ଼ରେ ଜଣେ ପୋଲିସ ଅଫିସର୍ଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସନ୍ଦିଗ୍ଧ ବନ୍ଧୁକଧାରୀ ଯୁବକର ବି ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଲସ୍ ଭେଗାସର ବାସିନ୍ଦା ଶେନ୍ ଟାମୁରା ନାମକ ଜଣେ ଯୁବକ ହଠାତ୍ ବନ୍ଧୁକ ଧରି ଏକ ୪୪ ମହଲା କୋଠାରେ ପ୍ରବେଶ କରିଥିଲେ। କୋଠା ଭିତରେ ପହଞ୍ଚୁ ପହଞ୍ଚୁ ଆଖିବୁଜା ଗୁଳିମାଡ ଆରମ୍ଭ କରିଦେଇଥିଲେ । ଗୁଳିମାଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନିଜେ ନିଜକୁ ମଧ୍ୟ ଗୁଳି କରିଥିଲା ଯୁବକ ଜଣଙ୍କ। ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଆକ୍ରମଣକାରୀଙ୍କ ପାଖରେ ହ୍ୟାଣ୍ଡଗନ୍ ରଖିବାର ଲାଇସେନ୍ସ ଥିଲା। ଯେଉଁଥିରୁ ସେ ଏହି କାଣ୍ଡ ଘଟାଇଥିଲା ।