ଭୁବନେଶ୍ଵର: କିଲର ‘ଥାର୍’ ଧକ୍କାରେ ଗୁରୁତର ଥିବା ମହିଳା ମୃତ । ଗତ ରାକ୍ଷୀ ପୁର୍ଣ୍ଣିମାରେ ଝିଅର ମୃତ୍ୟୁ ଘଟିଥିଲା ବେଳେ ଆଜି ମା’ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଚିକିତ୍ସାଧିନ ଅବସ୍ଥାରେ ଗୁରୁତର ମା’ଙ୍କ ମୃତ୍ୟୁ ହୋଇଛି । ଗତ ରାକ୍ଷୀ ପୂର୍ଣ୍ଣିମାରେ ପାତ୍ରପଡ଼ା V2 ନିକଟରେ ଧକ୍କା ଦେଇଥିଲା କିଲର ‘ଥାର୍’ । କିଲର ‘ଥାର୍’ ଜବତ ହୋଇଥିଲେ ବି ଡ୍ରାଇଭରକୁ ଧରିପାରିନି ପୋଲିସ । ତେବେ ଭାଇ ହାତରେ ରାକ୍ଷୀ ବାନ୍ଧି ଫେରୁଥିବା ବେଳେ ପାତ୍ରପଡା ଠାରେ ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ରାତିରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା ପାର ହେଉଥିବା ବେଳେ ଫୁଲେଶ୍ୱରୀ ବସ୍ତିର ମା, ପୁଅ ଏବଂ ଝିଅକୁ ଝିଅକୁ ଧକ୍କା ଦେଇଥିଲା ଏଇ ଥାର୍ । ହସ୍ପିଟାଲକୁ ନେବା ବାଟରେ ୮ ବର୍ଷିୟ ଝିଅ ରେଶମା ରାଉଳଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ରେବତୀ ରାଉଳ ଓ ପୁଅ ଏମ୍ସରେ ଚିକିତ୍ସାଧୀନ ଥିଲେ । ଆଜି ଚିକିତ୍ସାଧିନ ଅବସ୍ଥାରେ ମା’ ରେବତୀ ରାଉଳଙ୍କ ମୃତ୍ୟୁ ଘଟିଛି । ଘଟଣା ପରଦିନ ଅର୍ଥାତ୍ ଗତକାଲି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜଟଣୀରୁ ଜବତ କରିଥୀଲା ପୋଲିସ । କିନ୍ତୁ କିଲର ଡ୍ରାଇଭରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଏବେବି ଜାରି ରଖିଛି ପୋଲିସ ।