ମହୁମାଛି ଆକ୍ରମଣରେ ୮ ରୁ ଉର୍ଦ୍ଧ ଲୋକ ଆହତ,୩ ଜଣ ଗୁରୁତର

ମୋହନା/ ତ୍ରିପତି ବିଷୋୟୀରତ୍ନବାଘୁଆ ମହୁମାଛି ଆକ୍ରମଣରେ ଆହତ ହେଲେ ଲୋକେ,ଆଜି ସକାଳେ ଏକ କାର ଯୋଗେ ଯାତ୍ରୀମାନେ ବ୍ରହ୍ମପୁର ଠାରୁ ମୋହନା ଯାଉଥିବା ବେଳେ, କମଳାପୁର ନାକା ପଇଣ୍ଟ ନିକଟସ୍ଥ ଛତାବରୀ ଠାରେ ଥିବା ଏକ ବରଗଛ ମୂଳରେ କୌଣସି ଏକ କାରଣରୁ ଯାତ୍ରୀମାନେ ଗାଡ଼ିରୁ ଉଲ୍ହାଇଥିଲେ, ଯାହା ପରେ ହଟାତ ସେହି ସ୍ଥାନରେ ବାଘୁଆ ମହୁମାଛି ବରଗଛରୁ ବାହାରି ସମସ୍ତଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ । ଫଳରେ ୮ ରୁ ଉର୍ଦ୍ଧ ଲୋକେ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି, ଏବଂ ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ଗଣମାଧ୍ୟମ ପ୍ରତିନିଧିମାନେ ବି ଆକ୍ରମଣର ଶିକାର ହୋଇଛନ୍ତି,ତେବେ ଆହତ ସମସ୍ତଙ୍କୁ ମୋହନା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି,