ମେଘାଳୟରେ ୫,୦୦୦ରୁ ଊଦ୍ଧ୍ୱ ପିଲା କୋଭିଡ୍ ପଜିଟିଭ,୧୭ ମୃତ
ମେଘାଳୟରେ ଏଯାଏ ୫,୦୦୦ରୁ ଊଦ୍ଧ୍ୱର୍ ପିଲା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ପ୍ରକାଶ କରାଯାଇଛି ।
(ମେଘାଳୟ) : ମେଘାଳୟରେ ଏଯାଏ ୫,୦୦୦ରୁ ଊଦ୍ଧ୍ୱର୍ ପିଲା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ପ୍ରକାଶ କରାଯାଇଛି ।
ସୂଚନାନୁଯାୟୀ ,ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଗତବର୍ଷ କରୋନା ମହାମାରୀ ସାମ୍ନାକୁ ଆସିବା ପରଠାରୁ ଏବେଯାଏ ୧୪ ବର୍ଷ ଆୟୁ ମଧ୍ୟରେ ମୋଟ ୫,୧୦୧ ଜଣ ପିଲା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪,୩୪୪ ଜଣ ସୁସ୍ଥ ହୋଇଥିବାବେଳେ ୧୭ ଜଣଙ୍କର ପ୍ରାଣହାନି ଘଟିଛି । ଅନ୍ୟମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଧିକାଂଶ ପିଲା ଗତମାସରେ ହିଁ ସଂକ୍ରମିତ ହୋଇଛନ୍ତି । ତେବେ ରାଜ୍ୟରେ କେହି ନବଜାତ ଏ ଯାଏ କୋଭିଡ୍ ଦ୍ୱାରା ପ୍ରଭାବିତ ହୋଇନାହାନ୍ତି ।