ଆଜି ଜାମ୍ମୁ କାଶ୍ମୀରରେ ଅମରନାଥଙ୍କୁ ଦର୍ଶନ କଲେ ୩.୭୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ । ଏହା ପୂର୍ବ ବର୍ଷ ଠାରୁ ଯଥେଷ୍ଟ ବୃଦ୍ଧି ପାଇଥିବା କୁହାଯାଉଛି । ଯାହାକି ୧୧ ବର୍ଷର ରୋକର୍ଡ ଭାଙ୍ଗିଛି । ଜାମ୍ମୁ କାଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ଭଗବତୀନଗର ଯାତ୍ରୀ ନିବାସରୁ ୨୦୦୦ ତୀର୍ଥଯାତ୍ରୀ ପବିତ୍ର ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କରିଛନ୍ତି । ଚଳିତବର୍ଷର ୨୭ତମ ବ୍ୟାଚ୍ର ଏହି ତୀର୍ଥଯାତ୍ରୀ ଆଜି ସକାଳୁ ମୂଳ ଶିବିର ବଲତାଲ ଓ ପହଲଗାମ୍ ଅଭିମୁଖେ ଯାତ୍ରା କରିଛନ୍ତି । ୨୦୫୦ ତୀର୍ଥଯାତ୍ରୀ ଭଗବତୀନଗର ମୂଳ ଶିବିର ଛାଡ଼ିଛନ୍ତି । ସୂଚନାଯୋଗ୍ୟ ୩ ହଜାର ୮୮୮ ମିଟର ଉଚ୍ଚତାରେ ଥିବା ଏହି ପବିତ୍ର ଗୁମ୍ଫା ଯାତ୍ରା ପାଇଁ ତୀର୍ଥଯାତ୍ରୀମାନେ ୬୨ ଦିନର ଯାତ୍ରା କରିଥାନ୍ତି । ଏହି ଯାତ୍ରା ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଅଗଷ୍ଟ ୩୧ ତାରିଖ ଶ୍ରାବଣ ପୂର୍ଣ୍ଣିମା ତଥା ରକ୍ଷାବନ୍ଧନ ପର୍ବ ଦିନ ଶେଷ ହେବ ।