ଇଜରାଏଲ ଆକ୍ରମଣରେ ୧୦୦ରୁ ଅଧିକ ଫିଲିସ୍ତିନ ନାଗରିକ ମୃତ

ଇଜରାଏଲ ଗାଜା ଉପରେ ଘନ ଘନ ଏୟାର ଷ୍ଟ୍ରାଇକ କରିଚାଲିଛି । ଏକ ସଦ୍ୟତମ ରିପୋର୍ଟ ମୁତାବକ, ଏହି ଆକାଶୀ ଆକ୍ରମଣରେ ୧୦୦ରୁ ଅଧିକ ଫିଲିସ୍ତିନୀ ନାଗରିକଙ୍କ ମୃତ୍ୟୁ ହୋଇଛି । ଏକ ସ୍କୁଲରେ ବିସ୍ତାପିତ ଲୋକଙ୍କୁ ଆଶ୍ରୟ ଦିଆଯାଇଥିଲା । ସେହି ସ୍କୁଲ ଉପରେ ଇଜରାଏଲ ଟାର୍ଗେଟ କରିଥିଲା । ଏହି ଆକ୍ରମଣରେ ବହୁ ଲୋକ ମଧ୍ୟ ଆହତ ହୋଇଛନ୍ତି ।
ସେଠାକାର ମିଡିଆ ରିପୋର୍ଟ ମୁତାବକ, ଲୋକେ ସକାଳୁ ସମୂହ ନମାଜ ପାଠ କରୁଥିବା ସମୟରେ ଇଜରାଏଲ ଦ୍ୱାରା ଏହି ଆକ୍ରମଣ କରାଯାଇଛି । ଏହା ପୂର୍ବରୁ ଗତ ସପ୍ତାହରେ ଚାରିଟି ସ୍କୁଲ ଉପରେ ଆକ୍ରମଣ କରିଛି ଇଜରାଏଲ । ସେହିପରି ୪ ଅଗଷ୍ଟରେ ବିସ୍ତାପିତ ଥିବା ଦୁଇଟି ସ୍କୁଲ ଉପରେ ମଧ୍ୟ ରକେଟମାଡ କରିଥିଲା ଇଜରାଏଲ । ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା । ୧ ଅଗଷ୍ଟରେ ଦଲାଲ ଅଲ ମୁଗରାବୀ ସ୍କୁଲରେ ହୋଇଥିବା ଆକ୍ରମଣରେ ୧୫ ଜଣ ମୃତ୍ୟୁବରଣ କରିଥିଲେ । ଇଜରାଏଲର ଦାବି କି ସେ ଆକ୍ରମଣ କରୁଥିବା ସ୍ଥାନରେ ବିସ୍ଥାପିତ ନୁହଁନ୍ତି, ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି ଫିଲିସ୍ତାନୀ ସରକାର ।