ଗ୍ରାମାଞ୍ଚଳ ପରିବାରର ଖାଦ୍ୟ ଓ ଅଣ ଖାଦ୍ୟ ପାଇଁ ମାସିକ ଖର୍ଚ୍ଚ 1742 ଓ 1767

ଓଡ଼ିଶାରେ ଗ୍ରାମାଞ୍ଚଳ ପରିବାରର ଖାଦ୍ୟ ଓ ଅଣଖାଦ୍ୟ ପାଇଁ ମାସିକ ଖର୍ଚ୍ଚ 1742 ଓ 1767 ଟଙ୍କା. National statistical office ପକ୍ଷରୁ ପ୍ରକାଶିତ ରିପୋର୍ଟ survey on house hold consumption expenditure 2023-24 ଅନୁଯାଇ ପ୍ରକାଶ ପାଇଛି ତଥ୍ୟ. ଓଡ଼ିଶାରେ ଗ୍ରାମାଞ୍ଚଳରେ ଖାଦ୍ୟ ପାଇଁ 1742 ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅଣ ଖାଦ୍ୟ ପାଇଁ 1767ଟଙ୍କା ଖର୍ଚ୍ଚ କରୁଛନ୍ତି. ସହରାଞ୍ଚଳରେ ଖାଦ୍ୟ ପାଇଁ 2546 ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅଣ ଖାଦ୍ୟ ପାଇଁ 3469 ଟଙ୍କା ଖର୍ଚ୍ଚ କରୁଛନ୍ତି.

ସେହିପରି ସର୍ବ ଭାରତୀୟ ରେ ଗ୍ରାମାଞ୍ଚଳ ରେ ଖାଦ୍ୟ ପାଇଁ 2057 ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅଣ ଖାଦ୍ୟ ପାଇଁ 2190 ଟଙ୍କା ଖର୍ଚ୍ଚ କରୁଛନ୍ତି. ସେହିପରି ସର୍ବଭାରତିୟ ସ୍ତରରେ ସହରାଞ୍ଚଳ ରେ ଖାଦ୍ୟ ପାଇଁ 2853 ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅଣ ଖାଦ୍ୟ ପାଇଁ 4225 ଟଙ୍କା ଖର୍ଚ୍ଚ କରୁଛନ୍ତି. ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନ ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଙ୍କ ଲିଖିତ ଉତ୍ତର.