ମଧ୍ୟପ୍ରଦେଶର ଖାରଗୋନ୍ ନିବାସୀ ମହାକୁମ୍ଭ ଭାଇରାଲ୍ ହୋଇଥିବା ମୋନାଲିସା ଭୋସଲେ ଜଣେ ମୁସଲିମ ପୁରୁଷଙ୍କୁ ବିବାହ କରିଥିଲେ। ଏବେ, ଖବର ଆସିଛି ଯେ ମୋନାଲିସା ତାଙ୍କ ସ୍ୱାମୀ ଫରମାନ ଖାନଙ୍କୁ ପଳାଇ ଯାଇଛନ୍ତି। ଫରମାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛନ୍ତି, ଯେଉଁଥିରେ ସେ ଆଜମେର ପୁଷ୍କରରେ ମୋନାଲିସାଙ୍କୁ ଖୋଜିବା ବିଷୟରେ କହୁଛନ୍ତି। ଭିଡିଓରେ ଫରମାନ ଖାନ କହିଛନ୍ତି, ସେ ରାଜସ୍ଥାନର ଆଜମେର ଏବଂ ପୁଷ୍କରରେ ଥିବା ନେଇ ଦାବି କରିଛନ୍ତି । ସେ ଦାବି କହିଛନ୍ତି ଯେ, ମୋନାଲିସା ପଳାଇ ଯାଇଛନ୍ତି ଏବଂ ସେ ତାଙ୍କୁ ଖୋଜିବା ପାଇଁ ଆଜମେର ଏବଂ ପୁଷ୍କରକୁ ଆସିଛନ୍ତି। ଭିଡିଓରେ ଫରମାନ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ଫରମାନଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ମୋନାଲିସାଙ୍କ ମାମଲା ଭିନ୍ନ ମୋଡ଼ ନେଇଛି । ରିପୋର୍ଟ ଅନୁଯାୟୀ, ମୋନାଲିସା ବିବାହ ପରେ ତାଙ୍କ ସ୍ୱାମୀଙ୍କୁ ଛାଡି ଏକ ଅଜଣା ସ୍ଥାନକୁ ଚାଲିଯାଇଛନ୍ତି । ଫଳରେ ଫରମାନ ତାଙ୍କୁ ଖୋଜୁଛନ୍ତି।
ମାର୍ଚ୍ଚ ମାସରେ କେରଳର ତିରୁଅନନ୍ତପୁରମରେ ମୋନାଲିସା ଏବଂ ଫରମାନ ଖାନ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବା ପରେ, ମୋନାଲିସାଙ୍କ ପରିବାର ଏହି ବିବାହକୁ ‘ଲଭ୍ ଜିହାଦ’ ବୋଲି କହିଥିଲେ ଏବଂ ସେ ଜଣେ ନାବାଳିକା ବୋଲି ଦାବି କରିଥିଲେ। ମୋନାଲିସା ନାବାଳିକା ଥିବା ଜଣାପଡ଼ିବା ପରେ ଫରାମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ପୋଲିସ ମାମଲା ରୁଜୁ କରିଛି ।
ପୋଲିସ କହିଛି ଯେ, ମହେଶ୍ୱରରେ ମୋନାଲିସାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଅପହରଣ ଏବଂ ଯୌନ ଅପରାଧ ଏବଂ POCSO ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗତ ଶୁକ୍ରବାର, ମହେଶ୍ୱରର ବିଜେପି ବିଧାୟକ ରାଜକୁମାର ମେଓ ଏବଂ ବିଜେପି ମଣ୍ଡଳ ସଭାପତି ବିକ୍ରମ ପଟେଲ କହିଥିଲେ ଯେ, ମୋନାଲିସାଙ୍କ ବିବାହ ‘ଲଭ୍ ଜିହାଦ’ ମାମଲା ଏବଂ ମୋନାଲିସାଙ୍କୁ ଘରକୁ ଫେରାଇ ଆଣିବା ଉଚିତ।