ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ ‘ଓଡିଶା ଜନତା କଂଗ୍ରେସ’

ଭୁବନେଶ୍ୱର: ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳର ନାଁ ‘ଓଡିଶା ଜନତା କଂଗ୍ରେସ’ ରଖାଯାଇଛି। ଏହି ନାମକୁ ନେଇ ସେ ସ୍ପଷ୍ଟ କରିଥିବା ବେଳେ ଦଳୀୟ ପତାକାର ଚିତ୍ର ମଧ୍ୟ ସାମ୍ନାକୁ ଆଣିଛନ୍ତି। ମହମ୍ମଦ ମୋକିମ କହିଛନ୍ତି ଯେ, ଦଳର ନାମ ସମ୍ପର୍କରେ ନିର୍ବାଚନ କମିଶନ ଅଫିସରୁ ସବୁଜ ସଙ୍କେତ ମିଳିଛି। ଏହା ସହ ଦଳର ନାମ ଓ ପତାକା ସମ୍ପର୍କରେ ସମସ୍ତ ଆବଶ୍ୟକ ପ୍ରକ୍ରିୟା ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି।

ଆସନ୍ତା ଏପ୍ରିଲ ୮ ତାରିଖରେ ଭୁବନେଶ୍ୱରରେ ଏହି ନୂଆ ରାଜନୈତିକ ଦଳର ବିଧିବଦ୍ଧ ଗଠନ କରାଯିବ। ସେହି ଦିନ ଦଳର ଆଧିକାରିକ ଘୋଷଣା ସହ ଆଗାମୀ ରାଜନୈତିକ ରଣନୀତି ମଧ୍ୟ ସ୍ପଷ୍ଟ କରାଯିବ ବୋଲି ଜଣାପଡ଼ିଛି।