ମାଷ୍ଟରସେଫ୍ ଇଣ୍ଡିଆ ୨୦୨୩ର ବିଜେତା ହୋଇଛନ୍ତି ମହମ୍ମଦ ଆଶିକ । ୨୪ ବର୍ଷୀୟ ମହମ୍ମଦଙ୍କୁ ସେଫ୍ କୋର୍ଟ, ଟ୍ରଫି ଏବଂ ୨୫ ଲକ୍ଷ ଟଙ୍କା ମିଳିଛି । ଏହି ଶୋରେ ଜଜ୍ ଭାବେ ବିକାଶ ଖାନା, ରଣବୀର ବାର, ପୂଜା ଢିଙ୍ଗରୀ ମହମ୍ମଦଙ୍କୁ ବିଜେତା ଘୋଷଣା କରିଥିଲେ ।
୨୪ ବର୍ଷୀୟ ପ୍ରତିଯୋଗୀ ମହମ୍ମଦ ଆଶିକ ମାଷ୍ଟରସେଫ ଇଣ୍ଡିଆ ୮ମ ସିଜିନର ବିଜେତା ହୋଇଛନ୍ତି । ମହମ୍ମଦଙ୍କ ସହିତ ଫାଇନାଲରେ ରୁଖସାର ସଇଦ ଏବଂ ନବି ଜେସିକା ମଧ୍ୟ ଫାଇନାଲରେ ରହିଥିଲେ । ନବି ଦ୍ୱିତୀୟ ସ୍ଥାନ ଏବଂ ରୁଖସାର ତୃତୀୟ ସ୍ଥାନ ହାସଲ କରିଥିଲେ । ସୁରଜ ଥାପା ଫାଇନାଲ ଏପିସୋଡରେ ଯୋଗ ଦେଇଥିଲେ ।
ବିଜେତା ହେବା ପରେ ମହମ୍ମଦ କହିଛନ୍ତି, ‘ ମୁଁ ମାଷ୍ଟରସେଫ ଇଣ୍ଡିଆରେ ନିଜ ଯାତ୍ରା ପାଇଁ ବହୁତ କୃତଜ୍ଞ । ଏଲିମିନେସନନ ସାମ୍ନା କରିବା ଠାରୁ ଆରମ୍ଭ କରି ଟ୍ରଫି ହାସଲ କରିବା ସହଜ ନୁହେଁ । ଏହା ମୋ ଜୀବନରେ ବହୁତ କିଛି ବଦଳାଇ ଦେବ ।
ମହମ୍ମଦ ଆଶିକ ମୂଳ ରୂପେ କର୍ଣ୍ଣାଟକର ମାଙ୍ଗାଲୋରରେ ରୁହନ୍ତି । ମାଷ୍ଟରସେଫ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ଗାଁରେ କୁଲୁକ୍କି ହବ ନାମକ ସ୍ଥାନରେ ଜୁସ୍ ଦୋକାନ ଚଲାଉଥିଲେ । ଏହାପରେ ମାଷ୍ଟରସେଫରେ ଭାଗ ନେବା ପରେ ତାଙ୍କ ଜୀବନ ସଂପୂର୍ଣ୍ଣ ଭାବେ ବଦଳିଯାଇଛି ।