ଭୁବନେଶ୍ଵର: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆୟୋଜିତ ହେବ ‘ମୋଦି ଯୁବା ମାରାଥନ୍’ । ଏନେଇ ସୂଚନା ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ଆସନ୍ତା ୨୧ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେବ ମାରାଥନ୍ । ସକାଳ ୬ଟା ୧୫ରେ କଳିଙ୍ଗ ଷ୍ଟାଡିୟମ୍ରୁ ଜନତା ମୈଦାନ ଯାଏଁ ହେବ ମାରାଥନ୍ । ମୋଦି ଯୁବା ମାରାଥନରେ ପ୍ରାୟ ୧୦ ହଜାର ଯୁବକ ସାମିଲ୍ ହେବା ନେଇ ଆଶା ରହିଛି । ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ସୃଷ୍ଟି ମାରାଥନର ମୁଖ୍ୟ ଲକ୍ଷ୍ୟ । ଦେଶର ୭୫ଟି ସ୍ଥାନରେ ଏହି ମାରାଥନ ଆୟୋଜନ କରାଯିବ ।