ମୋଦି ଫୋନ କରିବା ମାତ୍ରେ ଖେଳାଳିମାନେ କାନ୍ଦିବାକୁ ଲାଗିଲେ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ବ୍ରୋଞ୍ଜ ପଦକ ମ୍ୟାଚରେ ଗ୍ରେଟ୍ ବ୍ରିଟେନ୍ ନିକଟରୁ ୩-୪ ଗୋଲରେ ପରାସ୍ତ ହୋଇଛି। ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ମୁକାବିଲାରେ ହାରି ଯାଇଛନ୍ତି, କିନ୍ତୁ ସେମାନେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଦୟ ଜିଣିଛନ୍ତି। ମ୍ୟାଚ୍ ହାରିବା ପରେ ଭାରତୀୟ ମହିଳା ଖେଳାଳିମାନେ ମଇଦାନରେ ଖୁବ୍ କାନ୍ଦିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ହକି ଦଳକୁ ଫୋନ କରି ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ମୋଦି ଫୋନ କରିବା ମାତ୍ରେ ଖେଳାଳିମାନେ କାନ୍ଦିବାକୁ ଲାଗିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଦଳର ଖେଳାଳିଙ୍କୁ ଉତ୍ସାହିତ କରି କହିଥିଲେ ଯେ, ଦେଶ ଆପଣଙ୍କ ପାଇଁ ଗର୍ବିତ। ୨ ମିନିଟ ୪୮ ସେକେଣ୍ଡ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି,
ଦେଖନ୍ତୁ ଆପଣମାନେ ବହୁତ ଭଲ ଖେଳିଛନ୍ତି। ତୁମେ ବହୁତ ପରିଶ୍ରମ କରିଥିଲ, ସବୁକିଛି ଛାଡି, ତୁମେ ସାଧନା କରୁଥିଲ। ପଦକ ସିନା ଆଣି ପାରିଲ ନାହିଁ, କିନ୍ତୁ ତୁମେମାନେ କୋଟି କୋଟି ଝିଅଙ୍କ ପ୍ରେରଣା ପାଲଟିଗଲ। ଆପଣଙ୍କର ସମସ୍ତ ସାଥୀ ଏବଂ ଆପଣଙ୍କ ପ୍ରଶିକ୍ଷକଙ୍କୁ ଅଭିନନ୍ଦନ। ଆଦୌ ନିରାଶ ହୁଅନ୍ତୁ ନାହିଁ। ଭାରତ ହେଉଛି ହକିର ପରିଚୟ। ଏତେ ଦଶନ୍ଧି ପରେ ଭାରତରେ ହକି ପୁନର୍ଜୀବିତ ହେଉଛି ଏବଂ ଆପଣଙ୍କ କଠିନ ପରିଶ୍ରମ ହେତୁ ଏହା ଘଟୁଛି ବୋଲି ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ଉତ୍ସାହିତ କରି କହିଥିଲେ।