ନୂତନ ମଣ୍ଡପ ଗୃହର ଶୁଭ ଶିଳାନ୍ୟାସ କଲେ ବିଧାୟକ…

ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପଞ୍ଚାୟତ କୋଇଲୋ ସ୍ଥିତ ଆରାଧ୍ୟା ଦେବତା ପ୍ରଭୁ ଶ୍ରୀଶ୍ରୀ ଦଧିବାମନଜୀଉ ଙ୍କ ରଥଦାଣ୍ଡ ପାଖରେ ଶହଶହ ସମର୍ଥକ ଙ୍କ ସହିତ ଶୋଭାଯାତ୍ରାରେ ପହଞ୍ଚି ପାର୍ଶ୍ଵ ନୂତନ ମଣ୍ଡପ ଗୃହ ର ଶୁଭ ଶିଳାନ୍ୟାସ କରିଥିଲେ। ପରେ ପରେ ଅସୁରେଶ୍ଵର ଗ୍ରାମ ପଞ୍ଚାୟତ  ରେ  ସାରଦା ପ୍ରଧାନ ଯୋଗଦେଇ ପଞ୍ଚାୟତ ପରିସରରେ ଥିବା ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଦେଇଥିଲେ‌ ଏହାପରେ ପଞ୍ଚାୟତ ପରିସରରେ ସୁବିଧା କେନ୍ଦ୍ରର ଶୁଭ ଶିଳାନ୍ୟାସ କରିଥିଲେ ବିଧାୟକ। ପରେ ଛପଚିକଣା ସ୍ଥିତ ମା’ ହରଚଣ୍ଡୀ ମନ୍ଦିର ର ନୂତନ ପାର୍ଶ୍ଵ ମଣ୍ଡପର ଶୁଭ ଶିଳାନ୍ୟାସ କରିଥିଲେ ବିଧାୟକ। ଏହା ପରେ ନରେନ୍ଦ୍ରପୁର ପଂଚାୟତ ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।