ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣା ରେ କୋର୍ଟରେ ହାଜର ହେଲେ ବିଧାୟକ ରମେଶ ଜେନା

ଭୁବନେଶ୍ୱର: ଭୁବନେଶ୍ୱର ବହୁଚର୍ଚ୍ଚିତ ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣା । ସ୍ବତନ୍ତ୍ର କୋର୍ଟରେ ହାଜର ହେଲେ ଗଞ୍ଜାମ ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ଏହି ମାମଲାରେ କୋର୍ଟରେ ସାକ୍ଷୀ ଗ୍ରହଣ ପ୍ରକ୍ରିୟା ଚାଲିଛି । ଏଥିପାଇଁ ବିଧାୟକ ଆଜି କୋର୍ଟରେ ହାଜର ହୋଇଛନ୍ତି । ଏହି ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଅଛନ୍ତି ବିଧାୟକ ରମେଶ ଜେନା ସହ ତାଙ୍କର କିଛି ସହଯୋଗୀ । ଗତକାଲି ଏହି ଘଟଣାର ତଦନ୍ତ କାରୀ ଅଧିକାରୀ ତଥା ଖାରବେଳ ନଗର ଥାନାର ତତ୍କାଳୀନ ଇନ୍ସପେକ୍ଟର ସତ୍ୟଜିତ ମିଶ୍ରଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ଏଥିସହ ପୁନର୍ବାର ଏହି ମାମଲାରେ ଆଜି ସ୍ୱତନ୍ତ୍ର କୋର୍ଟରେ ହାଜର ହେବା ପାଇଁ ବିଧାୟକଙ୍କୁ ନୋଟିସ ହୋଇଥିଲା । ନିର୍ଦ୍ଦେଶ କ୍ରମେ ବିଧାୟକଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ହାଜର ହୋଇଛନ୍ତି । ସୂଚନା ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଥିଲେ ସାମଖେମୁଣ୍ଡି ବିଧାୟକ ରମେଶ ଜେନା । ଏହି ମାମଲାରେ ସେ ଗତ ୮ ଫେବୃଆରୀ ୨୦୧୧ରେ ଗିରଫ ହୋଇଥିଲେ ।