ଟିଏମସି ବରିଷ୍ଠ ନେତା ବିଧାୟକ ମୁକୁଲ ରୟଙ୍କ ପତ୍ନୀଙ୍କର ପରଲୋକ

ଟିଏମସି ବରିଷ୍ଠ ନେତା ବିଧାୟକ ମୁକୁଲ ରୟଙ୍କ ପତ୍ନୀଙ୍କର ପରଲୋକ । କ୍ରିଷ୍ଣା କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହା ପରେ ସେ କରୋନାରୁ ସୁସ୍ଥ ମଧ୍ୟ ହୋଇଥିଲେ।

(କୋଲକତା) : ଟିଏମସି ବରିଷ୍ଠ ନେତା ବିଧାୟକ ମୁକୁଲ ରୟଙ୍କ ପତ୍ନୀଙ୍କର ପରଲୋକ । କ୍ରିଷ୍ଣା କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହା ପରେ ସେ କରୋନାରୁ ସୁସ୍ଥ ମଧ୍ୟ ହୋଇଥିଲେ। ସୁସ୍ଥ ହୋଇଥିଲେ ହେଁ ଆଜି ହୃଦଘାତରେ ତାଙ୍କର ପରଲୋକ ହୋଇଛି।

ସୂଚନାନୁଯାୟୀ , କ୍ରିଷ୍ଣ କରୋନା ପରବର୍ତ୍ତି ଜଟିଳତା କାରଣରୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଭୋର ୪.୩୫ ସମୟରେ ଚିକିତ୍ସିତ ଅବସ୍ଥାରେ କ୍ରିଷ୍ଣା ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ତାଙ୍କ ମୃତଦେହକୁ କୋଲକାତା ଆଣି ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି।