ସୂର୍ଯ୍ୟକୁ ନେଇ ମିଶନ ଆଦିତ୍ୟ ଏଲ ୱାନ

ଭାରତ: ଚନ୍ଦ୍ରଯାନ-୩ ମିଶନର ସଫଳତା ପରେ ଏବେ ସୂର୍ଯ୍ୟକୁ ନେଇ ମିଶନ ଆଦିତ୍ୟ ଏଲ ୱାନ । ଭାରତୀୟ ମହାକାଶ ଗବେଷଣା ସଂଗଠନ ଏବେ ସୂର୍ଯ୍ୟ ଉପରେ ଅଧିକ ଗବେଷଣା କରିବାକୁ ଯାଉଛି । ଏନେଇ ଇସ୍ରୋର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ ୱାନ ପାଇଁ ବଡ ଘୋଷଣା କରାଯାଇଛି । ସେପ୍ଟେମ୍ବର ୨ରେ ଲଞ୍ଚ ହୋଇପାରେ ଆଦିତ୍ୟ ଏଲ ୱାନ । ଏନେଇ ସ୍ପେସ ଆପ୍ଲିକେସନ ସେଣ୍ଟର ମୁଖ୍ୟ ନିଲେଶ ଦେଶାଇ ସୂଚନା ଦେଇଛନ୍ତି । ମିଶନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡିଛି ।