ନିଖୋଜ ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ସିଙ୍ଗାପୁର ଯିବେ ମା’ ଓ ମାମୁ

ଭୁବନେଶ୍ୱର: ନିଖୋଜ ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବା ପାଇଁ ତାଙ୍କ ମାଆ ରଶ୍ମିତା ମହାପାତ୍ର ଓ ମାମୁ ସିଙ୍ଗାପୁର ଯାତ୍ରା କରିବେ। ସୂଚନା ଅନୁଯାୟୀ, ସେମାନେ କାଲି ସିଙ୍ଗାପୁର ପାଇଁ ରବାନା ହେବେ।

ସାର୍ଥକ କାମ କରୁଥିବା ଜାହାଜ ଆସନ୍ତା ୧୫ ତାରିଖରେ ସିଙ୍ଗାପୁର କୁଳରେ ପହଞ୍ଚିବ। ଜାହାଜ କୁଳେ ଲାଗିବା ପରେ ସାର୍ଥକଙ୍କ ମାଆ ଓ ମାମୁ ନିଜେ ଜାହାଜ ଭିତରକୁ ପ୍ରବେଶ କରି ତାଙ୍କୁ ଖୋଜିବାକୁ ଚେଷ୍ଟା କରିବେ। ସାର୍ଥକଙ୍କ ନିଖୋଜ ଘଟଣାକୁ ନେଇ ପରିବାର ଲୋକମାନେ ଗଭୀର ଚିନ୍ତାରେ ଅଛନ୍ତି। ସେମାନେ ଆଶା କରୁଛନ୍ତି ଯେ, ଶୀଘ୍ର ସାର୍ଥକଙ୍କ ସନ୍ଦେଶ ମିଳିବ ଓ ସେ ସୁରକ୍ଷିତ ଅବସ୍ଥାରେ ଫେରିବେ। ଏହି ଘଟଣାକୁ ନେଇ ସମ୍ପର୍କିତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରଖାଯାଇଛି ବୋଲି ପରିବାର ପକ୍ଷରୁ କୁହାଯାଇଛି।