ମିର୍ଦ୍ଧା ଟପ୍ପୋଙ୍କୁ ବଡ ଦାୟିତ୍ୱ, ଜାଣନ୍ତୁ

ଭୁବନେଶ୍ୱର: ମିର୍ଦ୍ଧା ଟପ୍ପୋ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ । ପୂର୍ବରୁ କେନ୍ଦୁଝର ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରୁଥିଲେ ମିର୍ଦ୍ଧା । ଗତକାଲି ବରିଷ୍ଠ ଆଇଏଏସ ଶାଶ୍ବତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବରେ ନିଯୁକ୍ତ ହୋଇଥିଲେ । ଏନେଇ ସାଧାରଣ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଟପ୍ପୋ ପୂର୍ବରୁ କେଉଁଝରରେ ଡୁଡା (ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥା)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ କାର୍ୟ୍ୟ କରୁଥିଲେ। ପୁରୀରେ ରଥଯାତ୍ରା ସମୟରେ କଥିତ ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନାର ସମ୍ମୁଖୀନ ହେବା ପରେ ଏହି ନିଯୁକ୍ତି ଦିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି ୧୯୯୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ଅଫିସର ଶାଶ୍ବତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବରେ ନିଯୁକ୍ତି ଦିଆଯାଇଥିଲା । ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡ୍‌କୋ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବରେ ରହିବେ ଶାଶ୍ୱତ ।