ରାଜଧାନୀରୁ ନାବାଳିକା ଅପହରଣ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ନେଇ ଅଭିଯୋଗ ଆଣିଲେ ପିରବାର ଲୋକେ । ଦଶହରା ଭଶାଣି ଦେଖିବାକୁ ଆସି ଅପହରଣର ଶିକାର ହୋଇଥିଲେ ନାବାଳିକା । ମଞ୍ଚେଶ୍ଵର ଥାନା ଗାଡ଼କଣ ଅଞ୍ଚଳରୁ ନିଖୋଜ ହୋଇଥିବା ସୂଚନା । ଏନେଇ ମାମଲା ରୁଜୁ କରି ଚୁପ୍ ବସିଛି ପୋଲିସ । ତେବେ ଗତ ୩ ତାରିଖରୁ ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ ମିଳିବା ଥାନାରେ ମାମଲା ରୁଜୁ କରିଛି ମଞ୍ଚେସର ପୋଲିସ । । ହେଲେ ଘଟଣାକୁ ୧୨ ଦିନ ବିତିବା ପରେ ମଧ୍ୟ ଅପହରଣର ଶିକାର ନାବାଳିକାଙ୍କୁ ଉଦ୍ଧାର କରିବାରେ ବିଫଳ କମିଶନରେଟ ପୋଲିସ ।