ବାଲିଯାତ୍ରାରେ ଅଘଟଣ। ବାଲିଯାତ୍ରା ବୁଲୁଥିବା ବେଳେ କରେଣ୍ଟ ଲାଗି ଛାତ୍ର ମୃତ। ମୃତ ଛାତ୍ରୀଙ୍କ ନାଁ ବିଶ୍ବ ପ୍ରକାଶ ମନ୍ଥନ, ଘର ଜଗତସିଂହପୁର ଅଞ୍ଚଳରେ। କଟକ ତୁଳସୀପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର+୨ ଛାତ୍ର। ତେବେ ସେ ହଷ୍ଟେଲରେ ରହୁଥିବା ବେଳେ ବାଲିଯାତ୍ରା ବୁଲିବାକୁ କାହା ସାଙ୍ଗରେ ଓ କିପରି ଆସିଥିଲେ ଜଣାପଡିନାହିଁ। ବାଲିଯାତ୍ରା ରେ ଲିଚୁ ଲାଇଟ୍ ରୁ କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କରେଣ୍ଟ ଲାଗି ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।