ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗ ପକ୍ଷରୁ ନୋଟିସ ଜାରି

ସୁନ୍ଦରଗଡ଼-: ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ବାଙ୍କୋ ପଥର ଖଣି ମାଲିକ ତଥା ପୂର୍ଣ୍ଣେଶ୍ଵରୀ ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡର ନୀରଜ ପାଣ୍ଡେଙ୍କୁ ଖଣି ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ପଥର ଖଣି ବିସ୍ଫୋରଣ ସାମଗ୍ରୀ ବ୍ୟବହାର କରିବା ନିମନ୍ତେ ସେ କାହାଠାରୁ ଲାଇସେନ୍ସ ପାଇଛନ୍ତି, କାହାଠାରୁ ବିସ୍ଫୋରକ କିଣିଛନ୍ତି, କାହିକିଁ ବିସ୍ଫୋରକ ମଗାଇଥିଲେ ଏବଂ ବିସ୍ଫୋରଣ କରିବା ପାଇଁ ନିୟୋଜିତ କରିଥିବା ସଂସ୍ଥାର ନାମ ଓ ଠିକଣା ମାଗିଛନ୍ତି ଖଣି ବିଭାଗ । ତିନି ଦିନ ମଧ୍ୟରେ ଉତ୍ତର ଦେବା ପାଇଁ ଖଣି ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏହି ଘଟଣାରେ ଗୋଦାମ ମାଲିକ ଶ୍ରବଣ କୁମାର ଅଗ୍ରୱାଲଙ୍କୁ ରଘୁନାଥପାଲ୍ଲି ଥାନାରେ ପୋଲିସ ପକ୍ଷରୁ ପଚରାଉଚରା ଜାରି ରହିଥିବା ବେଳେ ସେ ଦୁଇ ଦିନିଆ ରିମାଣ୍ଡରେ ଅଛନ୍ତି ।