ନୂଆଦିଲ୍ଲୀ: ଆଜି ସକାଳୁ ୨ରାଜ୍ୟରେ ୩ଥର ଭୂକମ୍ପ ଝଟକା । ମଣିପୁର ଓ ରାଜସ୍ଥାନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରାଜସ୍ଥାନରେ ଏକ ଘଣ୍ଟା ମଧ୍ୟରେ ୩ଥର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଜୟପୁର ଓ ମଣିପୁରରେ ୩.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ସେହିପରି ରାଜସ୍ଥାନରେ ୪.୪ ତୀବ୍ରତର ଭୂକମ୍ପ ଅନୁଭୂତ ହୋଇଛି । ଏହିି ଭୂକମ୍ପର କେନ୍ଦ୍ରସ୍ଥଳୀ ଜୟପୁର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇ ଥିବା ସୂଚନା ମିଳିନାହିଁ । ଭୂକମ୍ପ ସମୟରେ ଭୟରେ ଲୋକ ଘରୁ ବାହାରକୁ ବାହରି ଆସିଥିବା ଦେଖି ବାକୁ ମିଳିଛି ।