କଟକ / ଭୁବନେଶ୍ୱର : ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଓଡିଶା ଆସିଛନ୍ତି | ଆଜି ଏମଜିଏମ ସ୍କୁଲ ଅଫ ସ୍ପୋର୍ଟ ସେଣ୍ଟରରେ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ସୁରେଶ ରାଇନା | ତେବେ ଆଗାକୁ ଆଇପିଏଲ ମ୍ୟାଚ୍ ଥିବାରୁ ଓଡିଆ ଖେଳାଳିଙ୍କୁ କ୍ରିକେଟରେ ସୁଯୋଗ ମିଳିପାରେ ବୋଲି କହିଛନ୍ତି ଶୁରେଷ ରାଇନା । ଏଥି ସହ ସେ ମଧ୍ୟ ଓଡିଶାରେ ଦିଲ୍ଲୀପ ଟ୍ରଫି, ଭାରତୀୟ ଦଳ ପାଇଁ ଟେଷ୍ଟ ଏବଂ ୱାଣ୍ଡେ ମ୍ୟାଚ ଖେଳିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |
ସୂଚନା ଅନୁସାରେ, କପୁରସିଂହ ଠାରେ କ୍ରିକେଟ୍ କେନ୍ଦ୍ରର ଏମଜିଏମ୍ ମିନେରାଲ୍ସ ଲିମିଟେଡ୍ ଗ୍ରୁପ୍ ପ୍ରାୟୋଜିତ MGM ମିନେରାଲ୍ସ ଲିମିଟେଡ୍ ଗ୍ରୁପ୍ ଉଦ୍ଘାଟନ କରାଯିବ | ଉଦଘାଟନୀ ସମାରୋହରେ MGM ମିନେରାଲ୍ସ ଲିମିଟେଡ୍ ଗ୍ରୁପ୍ CMD ଏବଂ ଚେୟାରମ୍ୟାନ୍ MGM ସ୍କୁଲ୍ ଅଫ୍ ସ୍ପୋର୍ଟସ୍, ପଙ୍କଜ ଲୋଚାନ୍ ମହାନ୍ତି ଅଧ୍ୟକ୍ଷତା କରିବେ | ଏହି କାଯ୍ୟକ୍ରମରେ ପୂର୍ବତନ ଭାରତୀୟ ଖେଳାଳୀ ପ୍ରଜ୍ଞାନ ଓଝା, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଓଡିଶା କ୍ରିକେଟ ଆସୋସେସନର ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ସହ ଅନ୍ୟ ପଦାଧିକାରୀ ପ୍ରମୁଖ ମଧ୍ୟ ଯୋଗଦେବେ |