ନୂଆଦିଲ୍ଲୀ:ପୁଣି ଫେସବୁକରେ ବଡ ଧରଣର ଛଟେଇ କରିବାକୁ ପ୍ରସ୍ତୁତି କରୁଛି । ୬ ହଜାର କର୍ମଚାରୀଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି। ମେଟା ସିଇଓ ମାର୍କ ଜୁକରବର୍ଗ ନିକଟରେ ଘୋଷଣା କରିଥିଲେ କି ଛଟେଇର ଆଗାମୀ ପର୍ୟ୍ୟାୟ ମେ ୨୦୨୩ରେ ଆରମ୍ଭ ହେବ। କମ୍ପାନୀର ବୈଶ୍ୱିକ ବ୍ୟାପାର ଅଧ୍ୟକ୍ଷ ନିକ କ୍ଲେଗ କର୍ମଚାରୀଙ୍କ ଏକ ବୈଠକରେ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ବିଧିବନ୍ଧ ଭାବେ ଘୋଷଣା ପୁର୍ବରୁ ଏହି ସୂଚନା ପ୍ରଘଟ ହୋଇଛି।
ମାର୍ଚ୍ଚରେ କମ୍ପାନୀର ଖର୍ଚ୍ଚ ହ୍ରାସ କରିବାକୁ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଶେଷ ପର୍ୟ୍ୟାୟରେ ୬,୦୦୦ କର୍ମଚାରୀ ଚାକିରି ହରାଇବେ। । ନଭେମ୍ବରରେ କମ୍ପାନୀ ୧୧,୦୦୦ କର୍ମଚାରୀଙ୍କୁ ବରଖାସ୍ତ କରିଥିଲା, ଯାହା କମ୍ପାନୀର ମୋଟ କର୍ମଚାରୀଙ୍କ ୧୩ ପ୍ରତିଶତ।କିନ୍ତୁ ମେଟାରୁ ପ୍ରାୟ ୬,୦୦୦ କର୍ମଚାରୀଙ୍କୁ ବରଖାସ୍ତ କରାଯିବ। ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ୪,୦୦୦ କର୍ମଚାରୀଙ୍କୁ ଛୁଟିରେ ପଠାଇଛି, ଅର୍ଥାତ୍ ଏହି ତାଲିକାରେ ଆଉ ୬,୦୦୦ ଲୋକ ରହିଛନ୍ତି ଯେଉଁମାନଙ୍କୁ ମେ’ ରେ ବିଦାୟ ନେବାକୁ କୁହାଯିବ।