ମେଟ ଗାଲା ୨୦୨୩ : ଚର୍ଚ୍ଚାରେ ୨୦୪କୋଟିର ହାର
ମେଟ ଗାଲା ୨୦୨୩ ହୋଇଯାଇଛି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା
(ମୁମ୍ବାଇ): ମେଟ ଗାଲା ୨୦୨୩ ହୋଇଯାଇଛି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସ୍ବାମୀ ନିକ୍ ଜୋନସଙ୍କ ସହ ପ୍ରିୟଙ୍କା ଇଭେଣ୍ଟରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ଭାଇରାଲ ହେଉଥିବା ଟ୍ବିଟ ଅନୁଯାୟୀ ପ୍ରିୟଙ୍କା ୧୧.୬କ୍ୟାରେଟର ହୀରା ହାର ପିନ୍ଧିଥିବା ବେଳେ ଏହାର ଦାମ୍ ହେଉଛି ୨୦୪କୋଟି।
Her $25 million @Bulgariofficial necklace is going to be auctioned off after #MetGala @priyankachopra pic.twitter.com/LK0otVUHea
— SAMBIT ⚡ (@GirlDontYell) May 2, 2023
ଏହା ନ୍ୟୁୟର୍କ ସହରରେ ଆୟୋଜିତ ହୋଇଛି। ଇଭେଣ୍ଟର ପ୍ରଥମ ଦିନରେ କଳା ଓ ଧଳା ରଙ୍ଗର ପୋଷାକ ପିନ୍ଧିବା ସହ ହୀରାର ହାର ପିନ୍ଧିଥିଲେ ପ୍ରିୟଙ୍କା।
ସେପଟେ ଆଲିଆ ଏକ ଧଳା ଗାଉନ ପିନ୍ଧି ଏହି ଇଭେଣ୍ଟରେ ପହଁଞ୍ଚିଥିଲେ । ଯାହାକୁ ଦେଖି ସମସ୍ତେ ଦିୱାନା ହୋଇଯାଇଛନ୍ତି । ଅଭିନେତ୍ରୀ ନିଜ ସୋସିଆଲ ମିଡିଆରେ ନିଜର ଏହି ନୂଆ ଲୁକର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ପରୀ ଭଳି ଦେଖାଯାଉଛନ୍ତି ।
