କମୁଛି ପାରଦ ବଢୁଛି ଶୀତ

ଓଡିଶାରେ ପ୍ରବଳ ଜାଡ

ଓଡିଶା : ହାତଭଙ୍ଗା ଶୀତରେ ଥରୁଛି ସାରା ଓଡିଶା । ପୁଣି ଶୀତର ପ୍ରକୋପ ସାରା ରାଜ୍ୟରେ ଜାରି ହେଉଛି । ସ୍ୱାଭାବିକ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । ଓଡିଶାର ଉପାନ୍ତରରୁ ଉପକୂଳ ଯାଏଁ ଚାରିଆଡେ ଶୀତର ଲହରୀ । ବିଶେଷଜ୍ଞ ମତନୁସାରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଶୀତରୁ ନିସ୍ତାର ନାହିଁ । ଏନେଇ ଓଡିଶା ପାଣିପାଗ ଭିଭାଗ ତଥା ଆଇଏମଡି ସତର୍କତା ଜାରିକରିଛି । ଆଇଏମଡି ଆକଳନୁସାରେ ସମତଳ ଅପେକ୍ଷା ପାହାଡିଆ ଅଂଚଳରେ ଅଧିକ ଥଣ୍ଡା ଅନୁଭୂତି ହେବ ।
ତେବେ କେବଳ ଓଡିଶା ନୁହେଁ ବରଂ ସାରା ଉତ୍ତର ଭାରତରେ ଜାରି ରହିଛି ହାଡଭଙ୍ଗା ଶୀତ । ପଂଜାବ, ହରିୟାଣା,ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଆଦି ସ୍ଥାନରେ ଶୀତ ଲହରୀ ସହ ଘନ କୁହୁଡିର ଆସ୍ଥରଣ ମଧ୍ୟ ଦେଖାଯିବ । ଆସନ୍ତା ୭ ଓ୮ ତାରିଖରେ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଅଚଂଳରେ ପ୍ରବଳ ବରଫ ପଡିବାର ସମ୍ଭାବନା ରହିଛି ।
ସେପଟେ ସାରା ରାଜ୍ୟରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ଶୀତ ସହ ଘନ କୁହୁଡିର ଆସ୍ଥରଣ ଦେଖିଯିବ । ମୁଖ୍ୟତଃ ବଲାଙ୍ଗୀର, ସମ୍ବଲପୁର, ବରଗଡ, ଅନୁଗୁଳ, ଢେଙ୍କାନାଳ, ଫୁଲବାଣୀରେ ଘନ କୁହୁଡି ପାଇଁ ଆଇଏମଡି ସତର୍କ ସୂଚନା ଜାରି କରିଛି ।