ଓମିକ୍ରନ ଭୟ : ରାଜ୍ୟ ସରକାରଙ୍କ ସହ ଆଲୋଚନା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
ଦେଶରେ କରୋନା ସଂକ୍ରମଣ ଓମିକ୍ରନ ବୃଦ୍ଧି ପାଇବାରେ ଲାଗିଛି ।
(ଭୁବନେଶ୍ୱର) : ଦେଶରେ କରୋନା ସଂକ୍ରମଣ ଓମିକ୍ରନ ବୃଦ୍ଧି ପାଇବାରେ ଲାଗିଛି । ଓମିକ୍ରନକୁ ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏହି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ସୂଚନାନୁଯାୟୀ , ବୈଠକରେ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟ ମାନଙ୍କୁ ଦିଆଯାଇଛି ୫ସୁତ୍ରୀ ପରାମର୍ଶ। ବିଦେଶରୁ ଆସୁଥିବା ସମସ୍ତ ଲୋକଙ୍କ ଉପରେ କଡା ନଜର ରଖିବା ପାଇଁ କୁହାଯାଇଛି।ଏନଫୋର୍ସମେଣ୍ଟ କଡାକଡି କରିବା ସହ ଟେଷ୍ଟିଂ ଓ ଟୀକା କରଣକୁ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଦେଶରୁ ବର୍ତ୍ତମାନ ସୁଦ୍ଧା ୧୧୩୪ ଜଣ ଓଡିଶାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨ ଜଣ ଯାଜପୁର ଓ ଆଉ ଦୁଇ ଜଣ ସୁନ୍ଦରଗଡ।ସମସ୍ତଙ୍କର ଜିନମ ସିକ୍ୟୁଏନିସ ଯାଇଛି।