ବ୍ୟୁରୋ: ଆଉ ଏହିଭଳି ପରାଜୟ ଦେଖି କୁହାଯାଉଛି ବିଏସପି ପାଇଁ କାଳ ସାଜିଛି ସମାଜବାଦୀ ପାର୍ଟି , ଯାହା ନିର୍ବାଚନର ଫଳାଫଳ କହୁଛି ୟୁପିରେ ସମସ୍ତ ବିରୋଧିଙ୍କୁ ତଳେ ପକାଇ ବିଜୟର ଧ୍ୱଜାଉଡାଇଛି ବିଜେପି ଏବଂ ସରକାର ଗଢିବା ସହ ଶପଥ ନେଇଛନ୍ତି ଯୋଗୀ ଆଦିତ୍ୟନାଥ । ନିର୍ବାଚନ ପୂର୍ବରୁ ଚର୍ଚ୍ଚାହେଉଥିଲା ଯୋଗୀ ମୁଖ୍ୟମନ୍ତ୍ରୀ ହବା ପରେ ମାୟାବତୀଙ୍କୁ ମୋଦୀ ଏବଂ ଅମିତ ଶାହା ରାଷ୍ଟ୍ରପତୀ କରିଦେବେ ବୋଲି ।
କିନ୍ତୁ ସେ ସବୁ ଚର୍ଚ୍ଚାକୁ ପଛରେ ପକାଇ ଏବେ ଆକ୍ସନ ମୁଡରେ ମାୟାବତୀ । ଚଳିତ ନିର୍ବାଚନରେ ମାୟାବତୀ ସରକାରଙ୍କୁ ମାତ୍ର ଗୋଟିଏ ବିଧାନସଭା ଆସନ ମିଳିଥିବାରୁ ସମସ୍ତ ହାରିଥିବା ପାର୍ଥୀଙ୍କ ଉପରେ ଏବେ ଖପ୍ପା ମାୟାବତୀ । ପରାସ୍ତ ପରେ ସମୀକ୍ଷା ବୈଠକରେ ପୁରା କାର୍ୟ୍ୟକାରୀଣୀକୁ ଭାଙ୍ଗିବା ଯାହାକି ମାୟାବତୀଙ୍କର ସବୁଠାରୁ ବଡ ଆକ୍ସନ ବୋଲି ମଧ୍ୟ କୁହାଯାଉଛି ଏବଂ ଏହା ସହ ପରାଜୟ ସମସ୍ତ କାର୍ୟ୍ୟକର୍ତ୍ତାଙ୍କ ଅପାରଗତା ବୋଲି କହିବା ସହ ବିଜେପିକୁ ହରାଇବାକୁ ବା ୟୁପିରୁ ହଟାଇବାକୁ ସମାଜବାଦୀ ପାର୍ଟୀ କଣ୍ଟା ସାଜୁଛି ବୋଲି ମଧ୍ୟ ସେ କହିଛନ୍ତି ।
ଏହାସହ ମାୟାବତୀଙ୍କ ରାଷ୍ଟ୍ରପତୀ ହେବା କଥା ମଧ୍ୟ ନିର୍ବାଚନ ଜିତିବା ପାଇଁ ବିଜେପିର ଏକ ଅପପ୍ରଚାର ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଏହାସହ ୨୦୨୪ ନିର୍ବାଚନରେ ଜଦି ବିଏସପି ୨୦ ରୁ ଅଧିକ ସିଟ ହାସଲ ନକରେ ତେବେ ଦଳ ସମ୍ପୂର୍ଣ୍ଣ ବୁଡିଜିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଆଗାମୀ ୨୪ ଲୋକସଭା ନିର୍ବାଚନରେ ବିଜେପି , ବିଏସପି ଓ ସମାଜବାଦୀ ପାର୍ଟୀ ମଧ୍ୟରେ କେତେ କଡା ଟକ୍କର ହେଉଛି ଏବଂ କିଏ ୟୁପି ଲୋକସଭା ନିର୍ବାଚନ ହାତଉଛି ତାହା ଦେଖିବାକୁ ବାକି ରହିଲା