କଟକ : କଟକ ଦୋଳମୁଣ୍ଡାଇରେ ବଡ ଧରଣର ଅଗ୍ନିକାଣ୍ଡ । କପଡା ଗୋଦାମରେ ନିଆଁ ଲାଗି ଧୂଆଁ ମୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଶୋ’ ରୁମ୍ ଖୋଲି ଏସି ସୁଇଚ୍ ଅନ୍ କରିବା କ୍ଷଣି ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିବା କୁହାଯାଉଛି ।

ସୂଚନା ଅନୁଯାୟୀ , ଦୋଳମୁଣ୍ଡାଇ ଛକରେ ଥିବା ଭିଆଇପି ସୋ’ରୁମର ଉପର ମହଲାରେ ସୁଟକେସ୍ ସବୁ ଷ୍ଟକ୍ ରହୁଥିଲା । ସଟସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ନିଆଁ ଏତେ ଉଗ୍ର ରହିଛି ଯେ, ପୁରା ଅଞ୍ଚଳରେ ଧୂଆଁର ପରସ୍ତ ସୃ୍ଷ୍ଟି ହୋଇଛି ।

ତେବେ ଏଲଠାରେ ସୋ’ରୁମ ଗୁଡିକ ଲାଗି ରହିଛି । ତା ସହ ଖରାର ପ୍ରକୋପ ମଧ୍ୟ ରହିଛି। ଏଭଳି ସ୍ଥଳେ ଯଦି ଯଥାଶୀଘ୍ର ନିଆଁ ଲିଭାନଯାଏ ତେବେ ନିକଟ ଦୋକାନଗୁଡିକୁ ନିଆଁ ଲାଗିଯିବାର ଆଶଙ୍କାକୁ ମଧ୍ୟ ଏଡାଇଦିଆଯାଇନପାରେ । ତେବେ ୩ଟି ଦମକଳ ନିଆଁ ଲିଭାଇବାରେ ଲାଗିଛନ୍ତି ।

ସ୍ଥାନୀୟ ଲୋକେ ମଧ୍ୟ ନିଆଁ ଲିଭାଇବାରେ ଲାଗିଛନ୍ତି । ସୋ’ରୁମରେ ଫାଇବର, ପ୍ଲାଷ୍ଟିକ୍ ଓ ଲେଦର ସାମଗ୍ରୀ ଥିବାରୁ ନିଆଁ ସହଜରେ ଧରିନେଇଥିଲା ଏବଂ ଚାହୁଁଚାହୁଁ ନିଆଁର ପ୍ରକୋପ ବଢିଥିଲା।