ଫାଇଲେରିଆ ରୋଗର ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ସ୍ଥିତ ମିନି ବା ଛୋଟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ,ସୁବର୍ଣ୍ଣପୁର ଡ଼. ନୃପରାଜ୍ ସାହୁ ସୁବର୍ଣ୍ଣପୁର ଜିଲ୍ଲାରେ ଫାଇଲେରିଆ ରୋଗର ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ । ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ପ୍ରେସ ବିବୃତ୍ତି ମାଧ୍ୟମରେ ଅବଗତ କରିଥିଲେ ଯେ ଜିଲ୍ଲାର ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ଦ୍ୱୟର  ଗ୍ରାମାଞ୍ଚଳ ବ୍ୟତୀତ ଜିଲ୍ଲାର ଅନ୍ୟ ସମସ୍ତ ପଞ୍ଚାୟତ ସମିତିର ଗ୍ରାମ ପଞ୍ଚାୟତ ଓ ମ୍ୟୁନିସିପାଲଟି/ ବିଜ୍ଞାପିତ ଅଞ୍ଚଳ ପରିଷଦର ସର୍ବମୋଟ ୪,୩୦୬୧୮ ଲୋକଙ୍କୁ ଫାଇଲେରିଆ ରୋଗ ସାମୁହିକ ଔଷଧ ସେବନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ତନ୍ମଧ୍ୟରୁ ତା ୧୮.୦୮.୨୦୨୫ ରିଖ ସୁଦ୍ଧା ୩,୪୦,୪୩୫ ଲୋକଙ୍କୁ ଫାଇଲେରିଆ ରୋଗର ସାମୁହିକ ଔଷଧ ସେବନ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ପ୍ରକାଶ କଲେ ଯେ ତା ୧୮.୦୮.୨୦୨୫ ସୁଦ୍ଧା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଟ ୩୦,୯୨୭ ଲୋକଙ୍କ ମଧ୍ୟରୁ ୧୭,୯୬୭ ଲୋକଙ୍କୁ, ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଟ ୮,୭୮୪ ଲୋକଙ୍କ ମଧ୍ୟରୁ ୫,୫୫୯ ଲୋକଙ୍କୁ, ସୋନପୁର ମ୍ୟୁନିସିପାଲଟି ର ୨୫,୨୩୯ ଲୋକଙ୍କ ମଧ୍ୟରୁ ୨୩,୧୭୭ ଲୋକଙ୍କୁ, ବୀରମହାରାଜପୁର ବ୍ଲକର ମୋଟ ୧,୦୧,୩୦୦ ଲୋକଙ୍କ ମଧ୍ୟରୁ ୮୦,୮୫୪ ଲୋକଙ୍କୁ,  ଉଲୁଣ୍ଡା ବ୍ଲକର ମୋଟ ୯୫,୫୩୭ ଲୋକଙ୍କ ମଧ୍ୟରୁ ୮୨,୨୩୧ ଲୋକଙ୍କୁ ଓ ସୋନପୁର ବ୍ଲକର ୮୫,୩୪୬ ଲୋକଙ୍କ ମଧ୍ୟରୁ ୬୫,୦୯୪ ଲୋକଙ୍କୁ ଫାଇଲେରିଆ ରୋଗର ଔଷଧ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ମାଧ୍ୟମରେ ସେବନ କରାଯାଇଛି। ସାମୁହିକ ଔଷଧ ସେବନର ହାର ୮୫.୫୩%(ପ୍ରତିଶତ) ଅଟେ ।

ଫାଇଲେରିଆ ରୋଗର ଔଷଧ ଖାଇଥିବା  ଲୋକମାନଙ୍କ ମଧ୍ୟରୁ କୌଣସି ଲୋକ ଔଷଧର ପାର୍ଶ୍ଵ ପ୍ରତିକ୍ରିୟାର ସମ୍ମୁଖୀନ ହୋଇନାହାନ୍ତି କିମ୍ବା ସେମାନଙ୍କର କୌଣସି ଅଘଟଣ ହୋଇନାହିଁ। ସୁବର୍ଣ୍ଣପୁର ଜିଲ୍ଲାର ଫାଇଲେରିଆ ଔଷଧ ଖାଇ ନ ଥିବା ଅବଶିଷ୍ଟ ୯୦,୧୮୩ ଲୋକଙ୍କୁ ଆଗାମୀ ତିନି ଦିନ ମଧ୍ୟରେ ଔଷଧ ଖୁଆଇବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରିଥିବା ବିଷୟ ଅବଗତ କରାଇଥିଲେ ।