ବାଲ୍ୟ ବିବାହ ପଞ୍ଜିକରଣ ଆଇନ ପାରିତ !
ରାଜସ୍ଥାନରେ ଅନିବାର୍ଯ୍ୟ ବିବାହ ପଞ୍ଜୀକରଣ ସଂଶୋଧନ ବିଲ୍ ୨୦୨୧ ଶନିବାର ବିଧାନସଭାରେ ବାଚନିକ ଭୋଟ୍ରେ ପାରିତ ହୋଇଛି।
(ରାଜସ୍ଥାନ) : ରାଜସ୍ଥାନରେ ଅନିବାର୍ଯ୍ୟ ବିବାହ ପଞ୍ଜୀକରଣ ସଂଶୋଧନ ବିଲ୍ ୨୦୨୧ ଶନିବାର ବିଧାନସଭାରେ ବାଚନିକ ଭୋଟ୍ରେ ପାରିତ ହୋଇଛି। ତେତେ ଏହି ବିଲ୍ ପାସ୍ ହେବା ପରେ ରାଜନୀତି ଆରମ୍ଭ ହୋଇଛି। ଏହି ବିଲ୍ ପାସ୍ ହେବା ଦ୍ୱାରା ରାଜ୍ୟରେ ବାଲ୍ୟ ବିବାହ ଆଇନ ସମତଃ ହୋଇଯିବ ବୋଲି ବିଜେପି ଅଭିଯୋଗ କରିଛି । ବିରୋଧୀ ଦଳର ଉପ ନେତା ରାଜେନ୍ଦ୍ର ରାଠୋର ଏବଂ ବିଜେପି ବିଧାୟକ ଅଶୋକ ଲାହୋଟି ଏହି ସଂଶୋଧନ ବିଲ୍କୁ ଏକ କଳା ଆଇନ ବୋଲି କହିଛନ୍ତି। ଅଶୋକ ଲାହୋଟି କହିଛନ୍ତି ଯେ ଏହି ବିଲ୍ ବାଲ୍ୟ ବିବାହକୁ ଅନୁମତି ଦେଉଛି। ବିଜେପି ଏହାକୁ ବିଭ୍ରାନ୍ତିକର ଭାବେ ଉପସ୍ଥାପନ କରୁଛି ବୋଲି କଂଗ୍ରେସ କହିଛି ।
ସୂଚନାନୁଯାୟୀ , ତେବେ ପ୍ରବଳ ହଟ୍ଟଗଳ ମଧ୍ୟରେ ଏହି ବିଲ୍ ପାରିତ ହୋଇଛି। ବିରୋଧୀଦଳ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ ମାତ୍ର ବିଲ୍ ବାଚନିକ ଭୋଟ୍ ଦ୍ୱାରା ପାରିତ ହୋଇଥିଲା। ରାଜସ୍ଥାନର ମନ୍ତ୍ରୀ ପ୍ରତାପ ସିଂ ରାଜସ୍ଥାନ ସରକାର ବାଲ୍ୟ ବିବାହର ବିରୋଧି ବୋଲି କହିଛନ୍ତି । ବିଜେପି ବ୍ରିଭାନ୍ତିକର ତଥ୍ୟ ପ୍ରକାଶ କରୁଛି ବୋଲି ସେ କହିଛନ୍ତି । କଂଗ୍ରେସ ଭଲ କାମ କଲେ ବିଜେପି ତାହାର ବିରୋଧ କରୁଛି ବୋଲି ମନ୍ତ୍ରୀ ପ୍ରତାପ ସିଂ କହିଛନ୍ତି ।