ମାଓବାଦୀ ସଂଗଠନ ପକ୍ଷରୁ ଅସ୍ତ୍ରବିରତି ଘୋଷଣା

ନୂଆଦିଲ୍ଲୀ: ଅସ୍ତ୍ରବିରତି ଘୋଷଣା କଲେ ନକ୍ସଲ! ଜାତୀୟ ଗଣମାଧ୍ୟମରେ ଏମିତି କିଛି ବଡ଼ ଖବର ସାମ୍ନାକୁ ଆସିଛି। ସିପିଆଇ-ମାଓବାଦୀ ଘୋଷଣା କରିଛନ୍ତି ଅସ୍ତ୍ରବିରତି। ଦ୍ୱିପାକ୍ଷିକ ଆଲୋଚନା ପାଇଁ ମାଓ ସଂଗଠନର ପ୍ରସ୍ତାବ । ମାସେ ଯାଏଁ ଅସ୍ତ୍ରବିରତି ରଖିବେ କହିଲେ ଲାଲବାହିନୀ । ଶାନ୍ତି କଥାବାର୍ତ୍ତା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ ।

ସୂଚନା ଅନୁସାରେ, ଶେଷରେ ସରକାରଙ୍କ ମାଓ ଦମନ ନୀତି ଆଗରେ ମୁଣ୍ଡ ନୁଆଁଇଛି ଲାଲବାହିନୀ । ସୁରକ୍ଷା କର୍ମୀଙ୍କ ମାରାଥନ ମାଓ ବିରୋଧୀ ଅପରେସନ ପରେ ଏବେ ନରମିଛି ମାଓ ସଂଗଠନ । ନିଃସର୍ତ୍ତ ଅସ୍ତ୍ରବିରତି ଘୋଷଣା କରିଛି ମାଓ ସଂଗଠନ । ଏନେଇ ମାଓ ସଂଗଠନ ମୁଖପାତ୍ର ଅଭୟ ସୂଚନା ଦେଇଛନ୍ତି । ଅସ୍ତ୍ର ତ୍ୟାଗ କରିବା ପାଇଁ ଏକ ମାସ ସମୟ ମାଗିଛି ନକ୍ସଲ ବାହିନୀ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ନିଜ ଘୋଷଣାରେ ଅସ୍ତ୍ରତ୍ୟାଗ ଓ ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ବୋଲି କହିଛି । ନକ୍ସଲମାନେ ଏହି ପ୍ରକ୍ରିୟାକୁ ଔପଚାରିକ ରୂପ ଦେବା ପାଇଁ ଏକ ମାସର ସମୟ ମାଗିଛନ୍ତି ।