ଉତ୍ତର ପ୍ରଦେଶରରେ ଭାଇରାଲର ବିପଦ

ଉତ୍ତର ପ୍ରଦେଶର କିଛି ସ୍ଥାନରେ ଭାଇରାଲର ବିପଦ ଏବେ ବି ଜାରି ରହିଛି। ସ୍ବାସ୍ଥ୍ୟ ବିଭାଗର ସରକାରୀ ଅନୁସାରେ, ଗତ ୭ ଦିନରେ ଆଗ୍ରା, ଫିରୋଜାବାଦ, ମଥୁରା,

(ଦିଲ୍ଲୀ) : ଉତ୍ତର ପ୍ରଦେଶର କିଛି ସ୍ଥାନରେ ଭାଇରାଲର ବିପଦ ଏବେ ବି ଜାରି ରହିଛି। ସ୍ବାସ୍ଥ୍ୟ ବିଭାଗର ସରକାରୀ ଅନୁସାରେ, ଗତ ୭ ଦିନରେ ଆଗ୍ରା, ଫିରୋଜାବାଦ, ମଥୁରା, ମୈନପୁରୀ, ଏଟା ଓ କାସଗଞ୍ଜ ଜିଲ୍ଲାରେ କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି।

ସୂଚନାନୁଯାୟୀ , ରହସ୍ୟମୟୀ ଭାଇରାଲ ଫିବର ବେଳେ ପୀଡିତାଙ୍କୁ ଅଧିକ ଜ୍ବର, ଡିହାଇଡ୍ରେସନ୍ ଓ ​‌ପ୍ଲେଟଲେଟ୍ କାଉଣ୍ଟରେ ଅଚାନକ ହ୍ରାସ ଘଟିଛି। ସ୍ଥିତି ଅଣାୟତ ହୋଇଯାଇଛି। ରୋଗୀଙ୍କ ଭିଡ କାରଣରୁ ସରକାରୀ ହସ୍ପିଟାଲରେ ବେଡ ମଧ୍ୟ ମିଳିପାରୁନି। ବିପଦଜନକ ଭାଇରାଲ ଜର ମାମଲା ସାମନାକୁ ଆସିବା ପରେ, ଗୌତମ ବୁଦ୍ଧ ନଗର ପ୍ରଶାସନ ଗୁରୁବାର ହାଇ ଆର୍ଲଟ ଜାରି କରିଛି। ଯେଉଁ ଲୋକଙ୍କ ଶରୀରରେ ତାପମାତ୍ରା ଅଧିକ ରହିଛି, ସ୍ବାସ୍ଥ୍ୟକର୍ମୀଙ୍କୁ ବିଶେଷ ଭାବରେ ସେହି ଲୋକଙ୍କ ଉପରେ ଧ୍ୟାନ ଦେବାକୁ ନିର୍ଦେଶ ଦିଆଯାଇଛି। ପଶ୍ଚିମ ଉତ୍ତର ପ୍ରଦେଶର କିଛି ସ୍ଥାନରେ ଭାଇରାଲ ଜର କାରଣରୁ ଅନେକ ମୃତ୍ୟୁ ଖବର ସାମନାକୁ ଆସିଛି। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।