ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କୁ କୋର୍ଟଙ୍କ ଝଟକା । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ କୋର୍ଟ ନିରାସ କରିଛନ୍ତି । ଏହୀ ମାମଲା ସହ ଜଡିତ ସିବିଆଇ କେସରେ ରାଉସ ଅଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ଦିଲ୍ଲୀସ୍ଥିତ ରାଉସ ଆଭେନ୍ୟୁ କୋର୍ଟ ଆସନ୍ତା ୧୫ ତାରିଖରେ ପରବର୍ତ୍ତୀ ଶୁଣାଣି କରିବେ । ଏହା ବ୍ୟତୀତ ସିସୋଦିଆ ମଦ ନୀତି ସହ ଜଡିତ ଅର୍ଥ ହେରଫେର ଇଡି ମାମଲାରେ ମେ ୮ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି । ରାଊସ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ ୮ ପର୍ଯ୍ୟନ୍ତ ବଢାଇଥିଲେ । ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବାବ ଦାଖଲ କରିବା ପାଇଁ ସମୟ ମାଗିଥିଲା । ଏହା ଉପରେ କୋର୍ଟ ଇଡିକୁ ମେ ୮ ପର୍ଯ୍ୟନ୍ତ ସମୟ ମାଗିଥିଲା । ଏହା ଉପରେ କୋର୍ଟ ଇଡିକୁ ମେ ୮ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଦସ୍ତା ବିଜ ନିରୀକ୍ଷଣକୁ ନେଇ ଇଡି ମେ’ ୮ ତାରିଖ ମଧ୍ୟହ୍ନ ୧୨ ଟା ସୁଦ୍ଧା ନିଜର ଜବାବ ଦାଖଲ କରିପାରିବ ।