ଜିଲ୍ଲା ସ୍ତରୀୟ ୨୦୨୫ ବେଡମିଣ୍ଟନ ଟୁର୍ଣାମେଣ୍ଟରେ ରେକର୍ଡ ସୃଷ୍ଟି କଲେ ମନିଷ ପାଲ

0

ରାଇରଙ୍ଗପୁର:- ରାଇରଙ୍ଗପୁର ଅଂଚଳର ଯୁବ ବେଡମିଣ୍ଟନ ତାରକା ମନିଷ ପାଲ ଜିଲ୍ଲା ସ୍ତରୀୟ ୨୦୨୫ ବେଡମିଣ୍ଟନ ଟୁର୍ଣାମେଣ୍ଟରେ ରେକର୍ଡ ସୃଷ୍ଟି କରିଛନ୍ତି । ବାରିପଦାରେ ଷ୍ଟାଡିୟମ ପଡ଼ିଆରେ ତ୍ରୀ ଦୀବସୀୟ ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷରୁ କମ,୧୯ ବର୍ଷରୁ କମ ଏବଂ ବରିଷ୍ଠ ବିଭାଗରେ ନିଜର କ୍ରୀଡା ନୈପୁଣ୍ୟ ଦେଖାଇ ରେକର୍ଡ ସୃଷ୍ଟି କରିଛନ୍ତି । ମନିଷ ପାଲ ଦୁଇ ଦୁଇ ଥର ରାଜ୍ୟସ୍ତରୀୟରେ ଖେଳିବାର ସଭାଗ୍ୟ ଅର୍ଜନ କରିଛନ୍ତି । ବିନା ପ୍ରଶିକ୍ଷକରେ କଠିନ ପରିଶ୍ରମ ବଳରେ ମନିଷ ଏହି କୃତିତ୍ୱ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କ ନିକଟକୁ ରାଇରଙ୍ଗପୁର ଜିଲ୍ଲାର ସବୁ ମହଲରୁ ଅଭିନନ୍ଦନର ସୁଅ ଛୁଟୁଛି ।