‘ମାଣ୍ଡଇଆ- ଆଧୁନିକ ଆହ୍ୱାନ ପାଇଁ ପୁରାତନ ପୁଷ୍ଟିଶସ୍ୟ’

ଭୁବନେଶ୍ୱର: ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ-୨୦୨୩ ଅବସରରେ ‘ମାଣ୍ଡଇଆ- ଆଧୁନିକ ଆହ୍ୱାନ ପାଇଁ ପୁରାତନ ପୁଷ୍ଟିଶସ୍ୟ’ ବିଷୟ ଉପରେ ଅନୁଷ୍ଠିତ ହୋଇଥିବା ଆଲୋଚନାଚକ୍ରରେ କ୍ରୀଡାବିତମାନଙ୍କର ଖାଦ୍ୟରେ ପୁଷ୍ଟିଶସ୍ୟର ପୋଷକତତ୍ତ୍ୱ ଉପରେ ଆଲୋକପାତ କରାଯାଇଥିଲା ।
କ୍ରୀଡା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର. ଭିନିଲ କ୍ରୀଷ୍ଣା ଓ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସଙ୍କ ମିଳିତ ଅଧକ୍ଷତାରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ବର୍ଷ ପାଳନ ଅନୁକ୍ରମରେ ଓଡିଶା ମିଲେଟସ ମିଶନ ଏବଂ କ୍ରୀଡା ଓ ଯୁବସେବା ବିଭାଗର ସହଭାଗିତା ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ଶ୍ରୀ ଆର . ଭିନିଲ କ୍ରୀଷ୍ଣା ମତବ୍ୟକ୍ତ କରିଥିଲେ । ମିଲେଟକୁ ସୁପରଫୁଡ ଭାବେ ଅଭିହିତ କରି ଶ୍ରୀ କ୍ରୀଷ୍ଣା କହିଛନ୍ତି ଯେ କ୍ରୀଡା ବିତଙ୍କ ଉଚ୍ଚମାନର ପ୍ରଦର୍ଶନ ଲାଗି ଯେଉଁ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି ତାହା ମିଲେଟରୁ ମିଳିପାରିବ । ମିଲେଟର ଗୁଣବତାକୁ ଉପଲବ୍ଧି କରି ଆଗରମୀ ଦିନରେ କ୍ରୀଡା ହଷ୍ଟେଲର ଖାଦ୍ୟ ତାଲିକାରେ ଏହାକୁ ସାମିଲ କରିବା ପାଇଁ ଯୋଜନା କରିଛି ବୋଲି ସେ କହିଛନ୍ତି । ର୍ ସୁନାମଧନ୍ୟ କ୍ରୀଡା ବ୍ୟକ୍ତିତ୍ୱ କେ. ରବି କୁମାର, ଅନୁପମା ସ୍ୱାଇଁ ସେମାନଙ୍କ ସଫଳ କ୍ରୀଡାଯାତ୍ରାର ଅନୁଭୂତି ବର୍ଣ୍ଣନା କରିବା ସହ ପୁଷ୍ଟିଶସ୍ୟ ସେମାନଙ୍କ ସ୍ୱସ୍ଥ୍ୟ ପାଇଁ କିପରି ଗୁରୁତ୍ୱ ପୂର୍ଣ୍ଣ ଥିଲା ତାହା ଉଲ୍ଲେଖ କରିଥିଲେ । ପୁଷ୍ଟି ବିଶେଷଜ୍ଞ ଅଞ୍ଜଳି ୱାଙ୍ଗେ ଓ ଲକ୍ଷ୍ମୀଶ୍ରୀ ପାଣ୍ଡରଲା କ୍ରୀଡା ବିତମାନଙ୍କର ଜୀବନରେ ପୁଷ୍ଟିଶସ୍ୟର ପୌଷ୍ଟିକ ଗୁଣ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିବା ସହ ଆଥଲେଟ ମାନଙ୍କର ଶରୀରିକ ଦକ୍ଷତା ବୃଦ୍ଧି ଦିଗରେ ଏହା ସହୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଅଥଲେଟ ଓକ୍ରୀଡାବିତମାନଙ୍କୁ ମିଲେଟ ପ୍ରସ୍ତୁତ ଖାଦ୍ୟ ପରଷିବାବେଳେ ସେମାନେ ବେଶ ଆନନ୍ଦ ଅନୁଭବ କରିଥାନ୍ତି ବୋଲି ଶ୍ରୀମତୀ ସାବତ କହିଥିଲେ । କ୍ରୀଡା ବିଭାଗର ଯୁଗ୍ମ ଶାସନ ସଚିବ ରଞ୍ଜିତ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ