ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଏମପିଇଡିଏର ସଦସ୍ୟ ଭାବେ ନିର୍ବାଚିତ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଛି ନୂଆ ଦାୟିତ୍ୱ ।  ସାମୁଦ୍ରିକ ଦ୍ରବ୍ୟ  ଉତ୍ପାଦ ରପ୍ତାନୀ ଉନ୍ନୟନ କତ୍ତୃପକ୍ଷ ବା  (ଏମପିଇଡିଏ)ର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ମଙ୍ଗରାଜ । ଯାହା ରାଜ୍ୟ ପାଇଁ ଆଉ ଏକ ଗୈାରବ ଆଣିଦେଇଛି । ତେବେ  ରାଜ୍ୟସଭା ଉପ ସଚିବ ସତୀଶ ମେସରା  ମଙ୍ଗରାଜ ନିର୍ବାଚିତ ହୋଇଥିବା ନେଇ ଚିଠି ମାଧ୍ୟମରେ ଜଣାଇଛନ୍ତି । ସେପଟେ ଏମପିଇଡିଏର ସଦସ୍ୟ ଭାବେ ନିର୍ବାଚିତ ହେବାପରେ  ସଫଳାତର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି  ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ସେ ଏହା ମଧ୍ୟ ଟ୍ୱିଟରେ ଲେଖିଛନ୍ତି, ସାମୁଦ୍ରିକ ଉତ୍ପାଦ ଶିଳ୍ପକୁ ଆଗକୁ ନେବା ପାଇଁ ମୋର ମୂଲ୍ୟବାନ ଅବଦାନକୁ ଅପେକ୍ଷା କରିଛି  ।

ତେବେ ସାଂସଦ ଭାବେ ନିର୍ବାଚିତ ହେବା ପରେ ଚଳିତ ଅଧିବେଶନରୁ ସାଂସଦ  ଭାବେ ଯୋଗ ଦେଇଛନ୍ତି ମଙ୍ଗରାଜ । ଜଣେ ନୂତନ ସାଂସଦ ହୋଇଥିଲେ ମଧ୍ୟ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କତ୍ତୃପକ୍ଷର ସଦସ୍ୟ ଭାବେ ନିର୍ବାଚିତ ହେବା ରାଜ୍ୟ ପାଇଁ ଏକ ଗୈାରବ । ଅନ୍ୟପକ୍ଷରେ ୧୯୭୨ ମସିହାରେ ସଂସଦରେ ସାମୁଦ୍ରିକ ରପ୍ତାନୀ ଉନ୍ନୟନ ପ୍ରାଧିକରଣ  (ଏମପିଇଡିଏ)ର ଗଠନ କରାଯାଇଥିଲା । ଏହାପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ୧୯୬୧ରେ ପ୍ରତିଷ୍ଠିତ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ପ୍ରୋତ୍ସାହନ ପରିଷଦ ୨୫ ଅଗଷ୍ଟ ୧୯୭୨ରେ ସଂସଦ ଗଠିତ ସାମୁଦ୍ରିକ ଉତ୍ପାଦ ଉତ୍ପାଦ ରପ୍ତାନୀ ଉନ୍ନୟନ ପ୍ରାଧିକରନ ଏମପିଇଡିଏ ରୂପାନ୍ତରିତ ହୋଇଯାଇଥିଲା ।

ଏହାସହିତ ଦେଶରୁ ରପ୍ତାନି ହେଉଥିବା ସାମୁଦ୍ରିକ ଉତ୍ପାଦ ସହ ଜଡିତ ଶିଳ୍ପକୁ ବିଶେଷ ପ୍ରୋତ୍ସାହିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ମାଛଚାଷ ଓ ଉତ୍ପାଦନ  ବୃଦ୍ଧି ପାଇଁ ଭିତ୍ତିଭୂମିର ଉନ୍ନତି ଓ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉଥିବା ସମୟରେ ରାଜ୍ୟର ସାଂସଦ ମାନଓ ମଙ୍ଗରାଜ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କତ୍ତୃପକ୍ଷ  (ଏମପିଇଡିଏ) ର ସଦସ୍ୟ ଭାବେ ନିର୍ବାଚିତ ହେବା ରାଜ୍ୟପାଇଁ ଭଲଫଳପ୍ରଦ ହେବ ବୋଲି ଅନୁମାନ କରାଯାଉଛି ।