ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ୟାଙ୍କ ନୋଟ୍‌ ପେପର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର: ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବ୍ୟାଙ୍କ ନୋଟ୍‌ ପେପର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ । ଓଡ଼ିଶାର ବାଲେଶ୍ୱରରେ ହେବ ନୋଟ୍ ପେପର ମିଲ୍ । ନବୀନ ପଟ୍ଟନାୟକଙ୍କୁ ଭେଟି ବାଲେଶ୍ୱରରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ସେ ଅବଗତ କରାଇଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ମିଶି ବାଲେଶ୍ୱରରେ ପ୍ରୋଜେକ୍ଟ କରିବ କମ୍ପାନୀ ।

ସୂଚନା ଅନୁଯାୟୀ, ନୋଟ୍ ମୁଦ୍ରାନ୍ ପ୍ରାଇଭେଟ ଲିମିଟେଡର ମିଳିତ ଉଦ୍ୟମରେ ଏହି କମ୍ପାନୀ ବାଲେଶ୍ୱରରେ ଏକ ବ୍ୟାଙ୍କ ନୋଟ୍ ମିଲ୍ ସ୍ଥାପନ କରିବା ପାଇଁ ୨୫୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି ।ଏହି ପ୍ରତିନିଧି ଦଳ ମଙ୍ଗଳବାର ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ଚଷାଖଣ୍ଡ ଓ ନରହରିପୁର ପଞ୍ଚାୟତ ଗସ୍ତ କରି ଇଡକୋ ଅଧୀନରେ ଥିବା ସରକାରୀ ଜାଗା ପରିଦର୍ଶନ କରିଥିଲେ । ଟଙ୍କା ଛପା କାରଖାନା ପାଇଁ ମୋଟ ୧୦୦ ଏକର ଜାଗାର ଆବଶ୍ୟକତା ଅଛି । ଯେଉଁଥିରୁ ୫୦ ଏକର ପ୍ଲାଣ୍ଟ ତିଆରି ହେବା ସହିତ ଅନ୍ୟ ୫୦ ଏକର ଜାଗାରେ କ୍ୱାଟର ଓ ଅଫିସିଆଲଙ୍କ ଗୃହ ନିର୍ମାଣ ହେବ ବୋଲି ସୂଚନା ରହିଛି । ତେବେ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଯୋଗାଇବା ସହ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି । ତେବେ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ 5T ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।