କୋଲକତା(ରିପୋର୍ଟର୍ସ ଟୁଡେ) : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଲୋକପ୍ରିୟ ସ୍ଲୋଗାନ ଖେଲୋ ହୋବେ ଏବେ ଏକ ମାନ୍ୟତା ପାଇବାକୁ ଯାଉଛି । ପଶ୍ଚିମବଙ୍ଗରେ ‘ଖେଳୋ ହୋବେ’ର ଦିବସ ପାଳନ ହେବ । ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନରେ ପୂର୍ଣ୍ଣ ବହୁମତରେ ବିଜୟ ଲାଭ କରି ତୃତୀୟ ଥର ଲାଗି ଶାସନ ଭାର ସମ୍ବାଳିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଭାଜପା ସହିତ ଏବେ ମଧ୍ୟ କନ୍ଦଳ ଲାଗିରହିଛି । ମଙ୍ଗଳବାର ପୁଣିଥରେ ଭାଜପାକୁ ଟାର୍ଗେଟ କରି ମମତା କହିଛନ୍ତି ଯଦି ବିଧାନସଭା ନିର୍ବାଚନରେ ନିର୍ବାଚନ କମିଶନ ଭାଜପା କୁ ସହଯୋଗ କରିନଥାନ୍ତେ ତେବେ ଭାଜପା ୩୦ ଆସନରେ ବି ବିଜୟ ଲାଭ କରି ପାରି ନ ଥାନ୍ତା ।