କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ଶୁକ୍ରବାର ଦିନ କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ବେଙ୍ଗଲରେ ତିନୋଟି ପର୍ଯ୍ୟାୟ ମତଦାନ ହୋଇଛି । ରାଜ୍ୟବାସୀ ବିଜେପିକୁ ଦୃଢ ସମର୍ଥନ କରିଛନ୍ତି । ଆମର ଆକଳନ ଅନୁଯାୟୀ, ଏହି ତିନୋଟି ପର୍ଯ୍ୟାୟ ନିର୍ବାଚନରେ ବିଜେପି ୬୩ ରୁ ୬୮ ଟି ଆସନ ଜିତିବ। ‘
ଏହି ସମୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ବାଚନରେ ପରାଜୟର ଭୟକୁ ନେଇ ତ଼ୃଣମୁଳ କଂଗ୍ରେସ ନିରାଶ ହୋଇପଡିଛି ଏବଂ ସେଥିପାଇଁ ଦଳର ମୁଖ୍ୟ ମମତା ବାନାର୍ଜୀଙ୍କ କ୍ରୋଧ କେନ୍ଦ୍ରୀୟ ବାହିନୀ ଉପରେ ପଡୁଛି ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ‘ମୁଁ କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ଦଳର ମୁଖ୍ୟଙ୍କୁ ମମତା ବାନାର୍ଜୀଙ୍କ ପରି କେନ୍ଦ୍ରୀୟ ବାହିନୀ ବିରୋଧରେ ଏପରି ଶବ୍ଦ ବ୍ୟବହାର କରୁଥିବା ଦେଖି ନାହିଁ । ସେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ।