ୟୁପିରୁ ଗଙ୍ଗା ନଦୀରେ ଶବ ଭାସିବ ଘଟଣାରେ ମୁହଁ ଖୋଲିଲେ ମମତା

ନିର୍ବାଚନ ହିଂସାକୁ ନେଇ କୋର୍ଟଙ୍କ ଠାରୁ ଶକ୍ତ ଝଟ୍‌କା ଲାଗିବା ପରେ ଏବେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ମମତା ବାନାର୍ଜୀ।

(କୋଲକତା) : ନିର୍ବାଚନ ହିଂସାକୁ ନେଇ କୋର୍ଟଙ୍କ ଠାରୁ ଶକ୍ତ ଝଟ୍‌କା ଲାଗିବା ପରେ ଏବେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ମମତା ବାନାର୍ଜୀ। ସିଧା ୟୁପି ସରକାରଙ୍କୁ ଟାର୍ଗେଟ୍ କରି ମମତା ସୋମବାର କହିଛନ୍ତି ଯେ ଉତ୍ତରପ୍ରଦେଶରୁ ଗଙ୍ଗା ନଦୀରେ ଶବ ଭାସି ଆସୁଛି। ଫଳରେ କରୋନା ବ୍ୟାପିବାର ଆଶଙ୍କା ରହିଛି। ଆମେ ଏମିତି ଅନେକ ଶବ ଦେଖିଛୁ । ଏଥିରେ ନଦୀର ପାଣି ବି ପ୍ରଦୂଷିତ ହେଉଛି। ତେଣୁ ନଦୀର ଶବ ବାହାର କରି ସଂସ୍କାର କରିବାକୁ ପଡୁଛି ।”

ସୂଚନାନୁଯାୟୀ , ବେଙ୍ଗଲରେ ନିର୍ବାଚନ ହିଂସାକୁ ନେଇ ବିଜେପି ବାରମ୍ବାର ମମତା ସରକାରଙ୍କୁ ଟାର୍ଗେଟ୍ କରିଆସୁଥିବା ବେଳେ ମମତା ମଧ୍ୟ ୟୁପିର ଆଇନ୍‌ଶୃଙ୍ଖଳନା ନେଇ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି।