ମମତାଙ୍କୁ ‘ଦୁର୍ଗା’ ଓ ଅନୁବ୍ରତଙ୍କୁ ଅସୁର ବନେଇ ଯୁବକ ଗିରଫ
ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଦୁର୍ଗା’ ଏବଂ ବୀରଭୂମ ଜିଲ୍ଲା ତୃଣମୁଳ ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ଅସୁର ପୋଷ୍ଟ ତିଆରି କରି ସିଉଡିର ଜଣେ ଯୁବକ ଗିରଫ ।
(କୋଲକତା) : ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଦୁର୍ଗା’ ଏବଂ ବୀରଭୂମ ଜିଲ୍ଲା ତୃଣମୁଳ ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ଅସୁର ପୋଷ୍ଟ ତିଆରି କରି ସିଉଡିର ଜଣେ ଯୁବକ ଗିରଫ । ଗିରଫ ଯୁବକଙ୍କର ନାମ ବର୍ନା ମଣ୍ଡଳ । ସିଉଡିର ଦୁଇ ନମ୍ବର ବ୍ଲକର ତୃଣମୂଳ ସଭାପତି ନୁରୁଲ ଇସଲାମ କହିଛନ୍ତି ଯେ ସୋସିଆଲ ମିଡିଆରେ ଏଭଳି ଆପତ୍ତିଜନକ ଚିତ୍ର ଦେଖିବା ପରେ ଆମେ ପୁଲିସ ନିକଟରେ ଅଭିଯାଗ କରିଥିଲୁ । ଗିରଫ ଯୁବକ ଜଣକ ବିଜେପିର ଆଇଟି ସେଲ୍ ସହିତ ଜଡିତ । ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟରେ ଯୁବକ ଜଣକ ଏପରି କରିଛନ୍ତି ।
ସୂଚନାନୁଯାୟୀ , ଯୁବକ ଜଣକ ବୁଧବାର ଫେସବୁକରେ ଏହା ପୋଷ୍ଟ କରିଥିଲେ । ଏହା ପରେ ତୃଣମୁଳ କଂଗ୍ରେସ ସିଉଡି ପୁଲିସ ଷ୍ଟେସନରେ ଅଭିଯାଗ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଏହି ଘଟଣା ପରେ ବୀରଭୂମ ଜିଲ୍ଲା ଉପାଧ୍ୟକ୍ଷ ଉତ୍ତମ ରଜାକ ଦାବି କରିଛନ୍ତି ଯେ ବାଳକଟି ସମ୍ପୂର୍ଣ୍ଣ ତୃଣମୂଳର । ବିଜେପି ଏପରି କାର୍ଯ୍ୟ କଦାପି କରିପାରିବ ନାହିଁ । ବର୍ତ୍ତମାନ ଏହା ଘଟିବା ପରେ ତୃଣମୂଳ ଏଥିପାଇଁ ବିଜେପିକୁ ଦାୟୀ କରୁଛି ।