ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଜାଣିନଥିଲି କହିଲେ ମମତା , ବାତ୍ୟା ତଥ୍ୟ ଦେଇ ବୈଠକରୁ ..

ବିଜେପି ଓ ଟିଏମ୍‌ସି ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହେଉଛି । ପଶ୍ଚିମବଙ୍ଗ ନିର୍ବାଚନକୁ ମାସେ ପୂରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା

(ପଶ୍ଚିମବଙ୍ଗ) : ବିଜେପି ଓ ଟିଏମ୍‌ସି ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହେଉଛି । ପଶ୍ଚିମବଙ୍ଗ ନିର୍ବାଚନକୁ ମାସେ ପୂରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଏବେ ବି ରାଜନୈତିକ ତିକ୍ତତା ଲାଗି ରହିଥିବା ଦେଖାଯାଉଛି । କାରଣ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବାକୁ ପଶ୍ଚିମବଙ୍ଗ ଯାଇଥିବା ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଆଜି ୩୦ ମିନିଟ ବିଳମ୍ବରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ବାତ୍ୟା ସମୀକ୍ଷା ବୈଠକରେ ଯୋଗ ନଦେବା ନେଇ ମମତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବୈଠକ ସମ୍ପର୍କରେ ସେ ପୂର୍ବରୁ ଜାଣିନଥିଲେ। ଦୀଘାରେ ମୋର ଆଉ ଏକ ବୈଠକ ଥିଲା। ମୁଁ କଲାଇକୁଣ୍ଡା ଯାଇ ସେଠାରେ ପ୍ରଧାନମନ୍ତ୍ରୀଙ୍କୁ କ୍ଷୟକ୍ଷତିର ରିପୋର୍ଟ ଦେଇ ୨୦ ହଜାର କୋଟିର ସହାୟତା ପାଇଁ ଦାବି କରିଥିଲି। ସେଥିମଧ୍ୟରୁ ୧୦ ହଜାର କୋଟି ଦୀଘ ଓ ୧୦ ହଜାର କୋଟି ସୁନ୍ଦରବନର ବିକାଶ ପାଇଁ ମାଗିଛି ବୋଲି ମମତା କହିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଅନୁମତି ନେଇ ମୁଁ ବୈଠକରୁ ଯାଇଛି ବୋଲି ମମତା କହିଛନ୍ତି।