ପୂର୍ବତନ ମାଓବାଦୀକୁ ଆନ୍ଦ୍ରପ୍ରଦେଶରୁ ଗିରଫ କଲା ମାଲକାନଗିରି ପୋଲିସ

ମାଲକାନଗିରି / ସୂର୍ୟ୍ୟକାନ୍ତ ବେହେରା : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରୁ ଜଣେ ପୂର୍ବତନ ମାଓବାଦୀ କୁ ଗିରଫ କରିଛି ମାଲକାନଗିରି ପୋଲିସ । ପୂର୍ବରୁ ସେ ମାଲକାନଗିରି ଜିଲ୍ଲା ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଅପହରଣ ମାମଲାରେ ଗିରଫ ହୋଇଥିବା ବେଳେ ସେ ଜାମିନ ରେ ଆସି ମାଓବାଦୀଙ୍କୁ ସହଯୋଗ କରିଆସୁଥିଲା । ସହଯୋଗ କରିବା ସହ ସ୍ୱାଭିମାନ ଅଂଚଳରେ ମାଓବାଦୀ ନାମରେ ନିରୀହ ଲୋକଙ୍କ ବଟି ଆଦାୟ ସହ ବନ୍ଧୁକ ର ଭୟ ଦେଖାଉଥିଲେ । ଅଭିଯୋଗ ହେବା ପରେ ତପନ ସାହା କୁ ଧରିବା ପାଇଁ ଏସପିଙ୍କ ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ଏସଡିପିଓ ଙ୍କ ନେତୃତ୍ୱରେ ମାଲକାନଗିରି ଡିଭିଏଫଙ୍କୁ ସାଥିରେ ନେଇ ପଡୋଶୀ ଆନ୍ଦ୍ରପ୍ରଦେଶ ର ଗିଲବନ୍ଧା ଗାଁ ରୁ ଅଭିଯୁକ୍ତ ତପନ ସାହାଙ୍କୁ ଗିରଫ କରିଛି ।