ମାଲାୟଲମ ଅଭିାନେତ୍ରୀଙ୍କ ହୃଦଘାତରେ ବିୟୋଗ : ୮ମାସ ଥିଲେ ଗର୍ଭବତୀ , ପିଲା ଆଇସିୟୁରେ

ସାଉଥ୍‌ ସିନେମା ଜଗତରୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ମାଲାୟାଲମ୍ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଡା. ପ୍ରିୟାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ୩୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ ୩୫ ବର୍ଷୀୟା ପ୍ରିୟା ୮ ମାସର ଗର୍ଭବତୀ ଥିଲେ ଏବଂ ଡାକ୍ତରଖାନାରେ ତାଙ୍କର ନିୟମିତ ପ୍ରେଗ୍‌ନାନ୍ସି ଚେକ୍‌ଅପ୍‌ ଚାଲିଥିଲା। ପରିବାର ସଦସ୍ୟଙ୍କ କହିବାନୁସାରେ, ମଙ୍ଗଳବାର ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରମାନେ କହିଛନ୍ତି ଯେ ହୃଦଘାତ ଯୋଗୁ ପ୍ରିୟାଙ୍କ ମୃତ୍ୟୁ ହୋଇଛି। ତାଙ୍କ ନବଜାତ ଶିଶୁ ବର୍ତ୍ତମାନ ଆଇସିୟୁରେ ଅଛି। ସେଠାରେ ଡାକ୍ତରୀ ଟିମ୍‌ ଶିଶୁ ଉପରେ ନଜର ରଖିଛନ୍ତି।

ତାଙ୍କ ମୃତ୍ୟୁ ନେଇ ଅଭିନେତା କିଶୋର ସତ୍ୟା ଦେଇଛନ୍ତି । ସେ ସୋସିଆଲ ମିଡିଆରେ ପ୍ରିୟାଙ୍କ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ସେ ନିଜ ପୋଷ୍ଟରେ ଲେଖିଥିଲେ, ‘ମାଲାୟାଲମ୍ ଟିଭି ଇଣ୍ଡଷ୍ଟ୍ରିରେ ଆଉ ଏକ ଅକାଳ ମୃତ୍ୟୁ ଘଟିଛି। ଗତ କାଲି ହୃଦଘାତରେ ଡା. ପ୍ରିୟାଙ୍କର ନିଧନ ହୋଇଛି।