ସଂନ୍ଧ୍ୟା ହେଲେ ମନରେ ଆସେ ଆଜି କିଛି କ’ଣ ନୂଆ ଖାଇବି । କାରଣ ସବୁଦିନ ଗୋଟେ ପ୍ରକାର ଖାଇବା ଖାଇ ଆମେ ହୋଇଯାଉ ବୋର । କିଛି ନୂଆ ଆଉ ଡିଫେରେଣ୍ଟ ଖାଇବାକୁ ଇଚ୍ଛା କରୁଥିଲେ ବନାନ୍ତୁ ଚଟପଟା ‘ପନିର କର୍ଣ୍ଣ କଟଲେଟ’ । ଏହି ରେସିପିକୁ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ
ପନିର କର୍ଣ୍ଣ କଟ୍ଲେଟ୍ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ପନିର, ମକା, ବେସନ, କଟା ପିଆଜ ,ଅଦା-ରସୁଣ ପେଷ୍ଟ, କଟା କଞ୍ଚା ଲଙ୍କା, ଗୋଲ ମରିଚ ଗୁଣ୍ଡ, ଲେମ୍ବୁ ରସ, ଧନିଆ ପତ୍ର, ଚାଟ୍ ମସଲା ,ରିଫାଇନ୍ ତେଲ, ବ୍ରେଡ କ୍ରମ୍ବ ଓ ସ୍ୱାଦ ଅନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ:
• ପ୍ରଥମେ କିଛି ମକାକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ।
• ମନେ ରଖନ୍ତୁ ମକାର ମିଶ୍ରଣକୁ ଚିକ୍କଣ କରି ନବାଟି ଖଣ୍ଡ ଖଣ୍ଡ ମକା ରଖିବେ ।
• ଏହାପରେ ଏହି ମିଶ୍ରଣରେ ପନିର, ବେସନ, କଟା ପିଆଜ ପକାନ୍ତୁ
• ଏହାପରେ ସେଥିରେ କଟା କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ ଅଦା-ରସୁଣ ପେଷ୍ଟ ପକାନ୍ତୁ ।
• ଏହାପରେ ଲେମ୍ବୁ ରସ, ଧନିଆ ପତ୍ର,ଚାଟ୍ ମସଲା ଓ ଅଳ୍ପ ଲୁଣ ମିଶାଇ ଗୋଳାଇ ଏକ ପାତ୍ରରେ ରଖନ୍ତୁ।
• ଏହି ମିଶ୍ରଣକୁ ହାତରେ ଗୋଲ ଗୋଲ ଆକାରର ବଲ୍ ପ୍ରସ୍ତୁତ କରନ୍ତୁ ।
• ଏହାପରେ ଏହି ବଲ୍ ଗୁଡିକ ବ୍ରେଡ କ୍ରମ୍ବ୍ ରେ କୋଟିଂ କରି ଏକ ପାତ୍ରରେ ରଖନ୍ତୁ।
• ଏହାପରେ କରେଇରେ ତେଲ ଗରମ କରନ୍ତୁ।
• ତେଲ ଗରମ ହୋଇଗଲା ପରେ ପନିର ଓ ମକାରେ ତିଆରି ବଲ୍ ଗୁଡିକୁ ଛାଣନ୍ତୁ।
• କମ୍ ଆଞ୍ଚରେ ଏହି ବଲ୍ ଗୁଡିକ ଛାଣନ୍ତୁ।
• ପନିର କର୍ଣ୍ଣ କଟଲେଟ୍ ରଙ୍ଗ ବାଦାମୀ ହୋଇଆସିଲେ ତାକୁ ଏକ ପାତ୍ରକୁ କାଢି ଦିଅନ୍ତୁ