ଜାମ୍ମୁରେ ବଡଧରଣର ଆତଙ୍କବାଦୀ ଆକ୍ରମଣ ; ୪ ଆତଙ୍କବାଦୀ ନିହତ
ବସରେ ୧୫ ଜଣ ସିଆଇଏଫ ଜବାନଙ୍କୁ ନେଇ ଯାଉଥିବା ବସ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି
ସୁଞ୍ଜୱାନ : ଜାମ୍ମୁରେ ବଡଧରଣର ଆତଙ୍କବାଦୀ ଆକ୍ରମଣ । ମର୍ଣ୍ଣିଂ ସିଫ୍ଟରେ ଯାଉଥିବା ସିଆଇଏଫର ଏକ ବସ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ସୂଚନା ଅନୁସାରେ ଏହି ଆକ୍ରମଣ ଭୋର ୪ଟା ୨୫ରେ ହୋଇଛି । ଏହି ବସରେ ୧୫ ଜଣ ସିଆଇଏଫ ଜବାନଙ୍କୁ ନେଇ ଯାଉଥିବା ବସ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଏଏସଆଇ ଏସପି ପାଟିଲ ସହିଦ ହୋଇଥିବା ବେଳେ ୯ ଜବାନ ଗୁରୁତର ଆହତ ହୋଇଛନ୍ତି ।
ପ୍ରଥମେ ଗ୍ରେନେଡ ମାଡ କରିଥିଲେ ଆତଙ୍କବାଦୀ ଓ ତାପରେ ଆରମ୍ଭ କରିଥିଲେ ଗୁଳିମାଡ । ଏହାପରେ ପାଲଟା ଗୁଳି ମାଡ କରିଥିଲେ ଅର୍ଦ୍ଧ ସାମରୀକ, ଯେଉଁଥିରେ ୪ ଜନ ଆତଙ୍କବାଦି ନିହତ ହୋଇଛନ୍ତି । ଏହି ଗୁଳି କା଼ଣ୍ଡ ଜାମ୍ମୁ ସୁଞ୍ଜୱାନ ଜିଲ୍ଲାରେ ଚଢା ସେନାକ୍ୟାମ୍ପ ନିକଟରେ ହୋଇଛି । ଏବେ ସୁଧା ସେଠାରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି ।
୨୦୧୮ ଫେବ୍ରୁଆରୀରେ ସିଞ୍ଜୁଆନ ଆର୍ମି କ୍ୟାଣ୍ଟନମେଣ୍ଟରେ ଆତଙ୍କବାଦ ଆକ୍ରମଣରେ ଅନେକଙ୍କ ଜୀବନ ଯାଇଥିଲା । ଗତକାଲି ବାରାମୁଳା ଏନକାଉଣ୍ଟରରେ ଲସ୍କର-ଇ-ତୋଇବାର କମାଣ୍ଡର ନିହତ ହୋଇଥିଲା । ଗୁରୁବାର ସକାଳୁ ଆରମ୍ଭ ହୋଇଥିବା କମ୍ବିଂ ଅପରେସନ ଏବେ ବି ଜାରି ରହିଛି । ଆହୁରି ଆତଙ୍କବାଦ ଲୁଚି ରହିଥିବା ଅଞ୍ଚଳରେ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।