ବେଙ୍ଗାଲୁରୁ: କର୍ଣ୍ଣାଟକ ସସପେନ୍ସର ଅନ୍ତ ଘଟିଛି । ଗତ ଚାରିଦିନ ଧରି ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଥିବା ଲଗାତାର ଆଲୋଚନା ଓ ସମୀକ୍ଷା ପରେ କଂଗ୍ରେସ ହାଇକମାଣ୍ଡ ବଡ଼ ଫଇସଲା ନେଇଛନ୍ତି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ହେଉଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ହେବେ । ତେବେ ଶିବକୁମାରଙ୍କୁ ବଡ଼ ଦାୟିତ୍ୱ ମିଳିପାରେ ବୋଲି ଆଲୋଚନା ହେଉଛି । ଆସନ୍ତା ୨୦ ତାରିଖରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଯାଉଛି । ଶପଥ ଗ୍ରହଣ ପରେ ରାଜ୍ୟରେ ଗଠନ ହେବ ନୂଆ କ୍ୟାବିନେଟ। ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ହେବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ସେଲିବ୍ରେସନ ଦେଖିବାକୁ ମିଳିଛି। ଗତକାଲି ରାହୁଲ ଗାନ୍ଧିଙ୍କୁ ପୃଥକ ଭାବେ ଭେଟିଥିଲେ ସିଦ୍ଧରମୈୟା ଓ ଶିବକୁମାର।