ଥର୍ମାଲ ପାଓ୍ବାର ପ୍ଲାଣ୍ଟରେ ବଡ ଧରଣର ଦୁର୍ଘଟଣା
ଝାଡଖଣ୍ଡର କୋଡରାମା ଥର୍ମାଲ ପାଓ୍ବାର ପ୍ଲାଣ୍ଟରେ ଲିଫ୍ଟର ତାର ଛିଡିବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଛି। ସେଭଳି ୨୦ ଜଣ ଲୋକ ନିର୍ମାଣଧୀନ ଚିମିଣିର ଉପରେ ଫଶି ଯାଇଥିଲା।
(ଝାଡ଼ଖଣ୍ଡ) : ଝାଡଖଣ୍ଡର କୋଡରାମା ଥର୍ମାଲ ପାଓ୍ବାର ପ୍ଲାଣ୍ଟରେ ଲିଫ୍ଟର ତାର ଛିଡିବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଛି। ସେଭଳି ୨୦ ଜଣ ଲୋକ ନିର୍ମାଣଧୀନ ଚିମିଣିର ଉପରେ ଫଶି ଯାଇଥିଲା। ପରେ ଏହି ସମସ୍ତଙ୍କୁ ରେସକ୍ୟୁ କରି ସୁରକ୍ଷିତ ଭାବରେ ତଳକୁ ଅଣଯାଇଥିଲା।
ସୂଚନାନୁସାରେ, ପ୍ରୋଜେକ୍ଟ ହେଡ୍ କୃଷ୍ଣ ପ୍ରସାଦ ତାଙ୍କ ସହକର୍ମୀମାନଙ୍କ ସହିତ ନିର୍ମାଣାଧୀନ ଚିମିନିରେ ଥିବା ଫ୍ଲୁ ଗ୍ୟାସ୍ ଡିସଫ୍ଲରାଇଜେସନ୍ ଅଞ୍ଚଳରେ ପ୍ରାୟ ୧୨୦ ଫୁଟ୍ ଉଚ୍ଚତାରେ କାର୍ଯ୍ୟ ଯାଞ୍ଚ କରୁଥିଲେ। ଏହି ସମୟରେ ଲିଫ୍ଟ ତାର ଭାଙ୍ଗିବା ହେତୁ ସମସ୍ତେ ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ। ଏହି ଲୋକଙ୍କ ମଧ୍ୟରୁ ଦୁଇଜଣଙ୍କର କିଛି ସମୟ ପରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କୋଡରମା ସଦର ଡାକ୍ତରଖାନାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା।